ସେବି କାହା ସେବାରେ, ମାଧବୀ ବୁଚଙ୍କୁ କଂଗ୍ରେସର ଆଟାକ୍

ସେବି ମୁଖ୍ୟ ମାଧବୀ ବୁଚଙ୍କୁ ନେଇ କଂଗ୍ରେସଆଣିଛି ଏକ ବଡ ଅଭିଯୋଗ । ସେବି ମୁଖ୍ୟଙ୍କ ଦରମା ସହ ମାଧବୀ ବୁଚ ଘରୋଇ ବ୍ୟାଙ୍କରୁ ମଧ୍ୟ ମୋଟା ଅଙ୍କର ଦରମା ନେଉଥିବା ଭଳି ସାଂଘାତିକ ଅଭିଯୋଗଆଣିଛି କଂଗ୍ରେସ । ଦଳ ଅଭିଯୋଗ କରିଛି ସେବିର ମୁଖ୍ଯ ମାଧବୀ ବୁଚ ଯେତେବେଳେ ସେ ଉକ୍ତ ସଂସ୍ଥାରେ ମେମ୍ବର ରହିଚଥିଲେ, ଅର୍ଥାତ୍ 2017 ରୁ 2024 ପର୍ଯ୍ୟନ୍ତ, ଏହିସମୟରେ ଆଇସିଆଇସିଆଇ ବ୍ୟାଙ୍କରୁ ।

ତେବେ ବାସ୍ତବରେ ପ୍ରଶ୍ନ ତ ଆସିବା ସ୍ବଭାବିକ, ଜଣେ ସେବିର ହୋଲ ଟାଇମ୍ ମେମ୍ବର ରହିଥିବା ସମୟରେ ଆଇସିଆଇସିଆଇ ବ୍ୟାଙ୍କରୁ 16 କୋଟି 80 ଲକ୍ଷ ଲକ୍ଷର ମୋଟା ଅଙ୍କ କଣ ପାଇଁ । ବାସ୍ତବରେ ସେବିର କାମ ହେଉଛି ଦେଶର କଂମ୍ପାନୀ ଗୁଡିକ ଉପରେ ତଦନ୍ତ କରିବା । କିନ୍ତୁ ଏଠି ଆଶ୍ଚର୍ଯ୍ୟ କଲାଭଳି ଅଭିଯୋଗ କିଛି ଏମିତି ରହିଛି, ସେବି ମୁଖ୍ୟ ମାଧବୀ ବୁଚଙ୍କ ଖାତାର କଂନେକସନ ସେହି କମ୍ପାନୀ ସହ ରହିଛି ଯାହାର ତଦନ୍ତ ସେବୀକୁ କରିବାର ଥିଲା । ଯଦିଓ ୟାକୁ ନେଇ ବହୁ ପ୍ରକାର ପ୍ରଶ୍ନ ଉଠିଥିଲା । ବିରୋଧି ବିରୋଧ କରିଥିଲେ, ଅନେକ ସମ୍ବାଦ ପତ୍ରରେ ଖବର ପ୍ରକାଶ ପାଇଥିଲା,କିନ୍ତି ସେବି ମୁଖ୍ୟ ମାଧବୀ ବୁଚ ନା ଦେଲେ ଇସ୍ତଫା ନା ତାଙ୍କ ଉପରେ ହେଲା କୌଣସି ତଦନ୍ତ। ଯଦିଓ ମାଧବୀଙ୍କୁ ନେଇ ପୂର୍ବରୁ ହିନଡେନବର୍ଗର ରିପୋର୍ଟ ପ୍ରକାଶ ପାଇସାରିଛି । କିନ୍ତି ସେତେବେଳେ ବିଦେଶି କମ୍ପାନି କହି ଟାଳି ଦିଆଯାଇଥିଲା, ହେଲେ ବର୍ତ୍ତମାନ ସେବୀ ମୁଖ୍ୟଙ୍କ ନାଁରେ ଲମ୍ବାଚଉଡା ଅଭିଯୋଗ ଆଣି ସେବୀର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇବା ସହିତ, ସରକାରକୁ ମଧ୍ୟ ଘେରିଛି କଂଗ୍ରେସ । ସେପଟେ ଆଇସିଆଇସିଆଇ ବ୍ୟାଙ୍କ କଂଗ୍ରେସର ଏହି ଅଭିଯୋଗକୁ ଖଣ୍ଡନ କରିଛି।