ବଢୁଛି ଅଡୁଆ 89ଟି ମାମଲାରେଫସିଲେ ହସିନା
ଏବେ ସାମାନ୍ୟ ଆସ୍ବସ୍ତି ମିଳିଛି ଦେଶର ତମାମ ଗଣମାଧ୍ୟମଙ୍କୁ ।ଏକାଧିକଦିନ ବେଶ ଖବର ହେଲା ପ୍ରଚାର ହେଲା, ପ୍ରସାରବି ହେଲା । ରିଜର୍ବରେସନ ପାଇଁ ଆରମ୍ଭ ହୋଇଥିବା ସାମାନ୍ୟ ଗଣଧାରଣା, ନିଜ ସରକାର ବିରୋଧରେ ଏକ ବିପ୍ଲବ ପାଲଟି, କେତେବେଳେ ସମ୍ପ୍ରଦାୟକ ଲଢେଇ ଆଡକୁ ମୁହାଁଇଗଲା ତାହା କେହି ଜାଣିପାରିଲେ ନାହିଁ । ଯାହାର ପ୍ରଭାବ ଭାରତରେବି ପଡିଥିବା ପରିଲକ୍ଷିତ ହେଉଥିଲା, ଖାସ କରି ଓଡିଶାରେ । ତେବେ ସେ ଯାହାବି ହେଉ ଏବେ କିନ୍ତୁ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କରବଢିଛି ଅଡୁଆ, ଆଉ ଦେଶବାସୀଙ୍କୁ ସାମାନ୍ୟ ଆସ୍ବସ୍ତି । ହସିନାଙ୍କ ନାଁରେଦାୟର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା । ତାଙ୍କ ବିରୋଧରେ ବର୍ତ୍ତମାନ ଆଉ ୫ଟି ନୂଆ ହତ୍ଯା ମାମଲା ରୁଜୁ ହୋଇଛି । ଫଳରେ ହସିନାଙ୍କ ବିରୋଧରେ ଦାୟର ହୋଇଥିବା ମାମଲା ସଂଖ୍ଯା ପହଞ୍ଚିଛି ୮୯ରେ । ଢାକ୍କାର ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଏହି ମାମଲା ରୁଜୁ ହୋଇଛି ।
ସାରା ଦେଶରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ, ହସିନା କିନ୍ତୁ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ । କୋଟା ବିରୋଧୀ ଆନ୍ଦୋଳନ ବେଳେ ୫ ଜଣଙ୍କୁ ହତ୍ଯା ଘଟଣାରେ ହସିନା, ପୂର୍ବତନ କ୍ଯାବିନେଟ ମନ୍ତ୍ରୀ, ଦଳର ସାଧାରଣ ସମ୍ପାଦକ ଓ ଅନ୍ଯ ୩୩୯ ଜଣଙ୍କ ବିରୋଧରେ ୫ଟି ହତ୍ଯା ମାମଲା ରୁଜୁ ହୋଇଛି । ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ ୬୦୦ରୁ ଅଧିକ ଲୋକ । ହସିନାଙ୍କ ଇସ୍ତଫା ପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଗଠିତ ହୋଇଛି ଅନ୍ତରୀଣ ସରକାର । ତେବେ ପ୍ରଶ୍ନ ଆସୁଛି ଯେଉଁ ସେକ ହସିନାଙ୍କ ସମୟରେ ବାଂଙ୍ଗଲା ଦେଶରେ ଦିଆଯାଇଥିବା ଭାରତ ବିରୋଧି ମନ୍ତବ୍ୟ ସତ୍ବେ, ଭାରତ ସରକାର କେଉଁଭଳି ହସିନାଙ୍କୁ ଦେଶରେ ସୁରକ୍ଷା ଦେଲେ, ଖାଲି ସେତିକି ନୁହେଁ ହସିନାଙ୍କୁ କୌଣସି ଇସଲମିକ ଦେଶ ନେବାପାଇଁ ମନାକରିଦେଇଥିବା ସମୟରେ ମୋଦୀ ସରକାର ତାଙ୍କୁ କାହିଁକି କଡା ସୁରକ୍ଷା ଭିତରେ ଭାରତକୁ ଆଣିଲେ, ତାକୁ ନେଇ ଉଠୁଛି ବଡ ପ୍ରଶ୍ନ ।