କର୍କଟ କରୁଛି କାୟା ବିସ୍ତାର

କର୍କଟ କରୁଛି କାୟା ବିସ୍ତାର

କିଛିଦିନ ତଳେ ଆମେରିକାର ଜଣେ ବିଶେଷଜ୍ଞ ସ୍ଫଷ୍ଟ କରିଛନ୍ତି ଯେ ଅତି ଶୀଘ୍ର ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବଢିବ । ୨୦୧୮ରେ ଆମ ଦେଶରେ ସ୍ତନ କର୍କଟରେ ଆକ୍ରାନ୍ତ ହୋଇ ୮୭ ହଜାର ମହିଳା ପ୍ରାଣ ହରାଇଥିଲେ । ପୁରୁଷମାନେ ଯକୃତ କର୍କଟ,ଗଳା କର୍କଟରେ ଅଧିକ ଆକ୍ରାନ୍ତ ହେଉଛନ୍ତି ।

ଆମ ଦେଶରେ ବର୍ଦ୍ଧିତ ଜନସଂଖ୍ୟା,ପରିବର୍ତିତ ଜୀବନ ଶୈଳୀ ଏହା ପଛର ମୁଖ୍ୟ କାରଣ । ପୁରୁଷ ମାନେ ତମାଖୁ , ସିଗାରେଟ୍ ପିଇବାରୁ ଏହି ପରିମାଣର ସମ୍ମୁଖୀନ ହେଉଛନ୍ତି । ମହିଳାମାନେ ପ୍ୟାକେଟ୍ ଖାଦ୍ୟ ଅଧିକ ଖାଉଥିବାରୁ କର୍କଟରେ ଆକ୍ରାନ୍ତ ହେଉଥିବା ବିଶେଷଜ୍ଞ କହିଛନ୍ତି।