ଚା’କୁ ନେଇ ସତର୍କତା

ଚା’କୁ ନେଇ ସତର୍କତା

ଚା’କୁ ନେଇ ସତର୍କତା
ଚା’ରେ ଥିବା କେଫିନ୍ କାରଣରୁ ଅଧିକ ପରିମାଣରେ ଏହା ପିଇଲେ ବ୍ୟସ୍ତ ଲାଗିଥାଏ । ଏହି ପାନୀୟରେ ଟେନିନ, ଟାଇଲିନ ଥିବାରୁ ପେଟ ସମସ୍ୟା ଉପୁଜିବାର ସମ୍ଭାବନା ସର୍ବାଧିକ । ଆଜିକାଲି ଅଧିକାଂଶଙ୍କର ହାଡ଼ ଦୁର୍ବଳ ସମସ୍ୟା ଦେଖାଯାଉଛି । ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଦୈନିକ ୩ ରୁ ୪ ଥର ଚା’ପିଉଥିବାରୁ ଏହି ଅସୁବିଧା ଉପୁଜୁଛି । ନିଦ୍ରାହୀନତାର ସମସ୍ୟା କହୁଥିବା ବ୍ୟକ୍ତିମାନେ ମଧ୍ୟ ଅଧିକ ପରିମାଣରେ ଚା ପିଉଥିବାର ପରୀକ୍ଷାରୁ ପ୍ରମାଣିତ । ଚା ଅଭ୍ୟାସ ରଖୁଥିବା ଲୋକେ ଦିନଟିଏ ନ ପିଇଲେ ଅସ୍ତବ୍ୟସ୍ତ ହୋଇଥାନ୍ତି । ତତ୍କ୍ଷଣାତ ଏମାନଙ୍କର ମୁଣ୍ଡବିନ୍ଧା ଆରମ୍ଭ ହୁଏ । ଏହି ପାନୀୟ ୨ କପ୍ରୁ ଅଧିକ ପିଉଥିବା ଯୁବତିଙ୍କଠାରେ ବ୍ରଣ ସମସ୍ୟା ଦେଖାଯାଇଥାଏ ।