ଔଷଧର ଆବଶ୍ୟକତା ପଡିବ ନାହିଁ,ଘରେ ବନାନ୍ତୁ ଏହି ଏନର୍ଜି ବୁଷ୍ଟର ଡ୍ରିଙ୍କ

ଔଷଧର ଆବଶ୍ୟକତା ପଡିବ ନାହିଁ,ଘରେ ବନାନ୍ତୁ ଏହି ଏନର୍ଜି ବୁଷ୍ଟର ଡ୍ରିଙ୍କ

ଔଷଧର ଆବଶ୍ୟକତା ପଡିବ ନାହିଁ,ଘରେ ବନାନ୍ତୁ ଏହି ଏନର୍ଜି ବୁଷ୍ଟର ଡ୍ରିଙ୍କ
ଭୁବନେଶ୍ୱର : କରୋନା ମହାମାରୀ ଚାଲୁଥିବା କାରଣରୁ ପତ୍ୟୋକ ବ୍ୟକ୍ତି ଅଧିକ ଶତର୍କତା ଅବଲମ୍ବନ କରୁଛନ୍ତି । ଏବେ ସମସ୍ତେ ବୁଝିସାରିଲେଣି ଯେ କେବଳ ଔଷଧ ଉପରେ ନିର୍ଭର କରି ରୋଗ କିମ୍ବା କରୋନା ମହାମାରୀ ଠାରୁ ରକ୍ଷା ମିଳିପାରିବ ନାହିଁ । ଏଭଳି ସ୍ଥିତିରେ ବିଭିନ୍ନ ରୋଗ ମାନଙ୍କଠୁ ବଞ୍ଚିବାପାଇଁ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ଆବଶ୍ୟକତା ରହିଛି । ଏଭଳି କ୍ଷେତ୍ରରେ ହେଲଥ ଡ୍ରିଙ୍କ ଏକ ଭଲ ବିକଳ୍ପ । ଆଜି ଆମେ ଆପଣଙ୍କୁ ଏଭଳି ପାନୀୟ ବିଷୟରେ କହିବୁ ଜାହାକୁ ପିଇଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବ ।ଏହି ପାନୀୟକୁ ନିଜ ଦୈନିକ ରୁଟିନରେ ସାମିଲ କଲେ ଆପଣଙ୍କୁ ଥଣ୍ଡା, କଫ ଛୁଇଁ ମଧ୍ୟ ପାରିବ ନାହିଁ । ଏହି ପାନୀୟ ଅନ୍ୟ ରୋଗଠାରୁ ଲଢିବାର ଶକ୍ତି ମଧ୍ୟ ଦେଇଥାଏ । ଆମର ପ୍ରଥମ ସାମଗ୍ରୀ ହେଉଛି ଅଂଳା । ଅଂଳା ଭିଟାମିନ - ସିରେ ଭର୍ତ୍ତି ହୋଇଥାଏ । ଏହା ଇମ୍ୟୁନିଟି ମଧ୍ୟ ବଢାଇଥାଏ । ଆପଣଙ୍କ ଚର୍ମ,ବାଳ ଓ ନଖ ପାଇଁ ମଧ୍ୟ ଲାଭଦାୟକ । କାରଣ ଏହା ଆପଣଙ୍କ ତ୍ୱଚାକୁ ମରାମତି କରିଥାଏ ଏବଂ ଆପଣଙ୍କ ବାଳକୁ ଖରାପ ହବାରୁ ବଞ୍ଚାଇ ଥାଏ । ଏହି ଡ୍ରିଙ୍କ ତିଆରି କରିବାପଇଁ ଆପଣ ୨,୩ ଟି ଅଂଳା ଆଣି ଛୋଟ ଛୋଟ କାଟି ବାଟି ନିଅନ୍ତୁ । ତାପରେ ୪,୫ଟି ତୁଳସୀପତ୍ର ଭଲରେ ଧୋଇ ଅଂଳାସହ ମିଶାନ୍ତୁ ।ଖଣ୍ଡେ ଅଦା ଛଡେଇ ମିଶାନ୍ତୁ ,ମହୁ,ହଳଦି,ଗୋଲମରିଚ,ଦେଶି ଘିଅ ଏହି ସବୁ ସାମଗ୍ରୀ ସହ ଅଧାଗ୍ଲାସ ପାଣି ମିଶାଇ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଗ୍ରାଇଣ୍ଡିଙ୍ଗପରେ ଏହାକୁ ଛାଣିଦିଅନ୍ତୁ । ଏହାକୁ ସପ୍ତାହରେ ୩ଥର ପିଅନ୍ତୁ । ଏହା ଆପଣଙ୍କୁ ଥଣ୍ଡା,କଫ ସହ ନଖ ଓ ତ୍ୱଚା ଚମକ ମଧ୍ୟ ପ୍ରଦାନ କରିଥାଏ ।