କିସମିସ୍ ଖାଇବା ଦ୍ୱାରା ଶରୀରକୁ ମିଳେ ଏହି ଫାଇଦା
କିସମିସ୍ ଖାଇବା ଦ୍ୱାରା ଶରୀରକୁ ମିଳେ ଏହି ଫାଇଦା
admin
Feb 16, 2021 - 12:39
Updated: Feb 16, 2021 - 12:39
ସାଧାରଣତଃ ଡାକ୍ତରମାନେ କିସମିସ୍ ଭିଜାଇ ଖାଇବାକୁ ପରାମର୍ଶ ଦେଇଥାନ୍ତି। କାରଣ କିସମିସରେ ଆଇରନ୍,ପୋଟାସିୟମ,ମ୍ୟାଗ୍ନେସିଅମ୍ ଏବଂ ଫାଇବର ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। ଏତଦ୍ବ୍ୟତୀତ କିସମିସ୍ ଖାଇବା ଯୋଗୁଁ ମଧ୍ୟ ଆମ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ବିଶେଷ ସହାୟକ ହୋଇଥାଏ। ଆଉ ଯଦି ଆପଣ ଥଣ୍ଡାଦିନରେ ଭିଜାଯାଇଥିବା କିସମିସ୍ ଖାଆନ୍ତି ତ, ତେବେ ଏହା ଆପଣଙ୍କ ଶରୀରକୁ ତାହାର ଦୁଇଗୁଣା ଫାଇଦା ଦେବ। ଏବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ?
୧- ଉଭୟ ହାଇ ଓ ଲୋ ବ୍ଲଡପ୍ରେସର(ଉଚ୍ଚ ଓ ନିମ୍ନ ରକ୍ତଚାପ)ଲାଗି ଅତ୍ୟନ୍ତ ଲାଭକାରୀ ଅଟେ କିସମିସ୍। ଯଦି ଆପଣଙ୍କର ବିପି ଅର୍ଥାତ୍ ବ୍ଲଡପ୍ରେସର ଉଚ୍ଚ ବା ନିମ୍ନ ରହୁଥାଏ,ତେବେ ଆପଣଙ୍କ ଲାଗି ଏହା ବିଶେଷ ଫଳପ୍ରଦ ଅଟେ। କାରଣ କିସମିସରେ ପୋଟାସିଅମରେ ମାତ୍ରା ଅଧିକ ରହିଥିବା କାରଣକୁ ନେଇ ଏହା ଶରୀରରେ ଲବଣର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ।
୨- ହଜମକ୍ରିୟାରେ ସହାୟତା କରିଥାଏ କିସମିସ। କିସମିସ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଦୂରେଇବା ସହିତ ହଜମକ୍ରିୟା ସୁରୁଖୁରୁରେ ହୋଇଥାଏ।
୩- ହାଡ଼କୁ ମଜ୍ଭୁତ୍ ରଖିଥାଏ କିସ୍ମିସ୍। ସାଧାରଣତଃ ଭିଜା କିସ୍ମିସ୍ ଖାଇବା ଯୋଗୁଁ ହାଡ଼ ଶକ୍ତ ହୋଇଥାଏ।
୪- ଭିଟାମିନ୍-ଏ ଏବଂ ବିଟା କୈରୋଟିନ୍ରେ ଭରପୂର ହୋଇଥିବା କିସମିସ ସେବନ ଯୋଗୁଁ ଦୃଷ୍ଟିଶକ୍ତି ତୀକ୍ଷ୍ଣ ହୋଇଥାଏ।
୫- ରକ୍ତହୀନତା ସମସ୍ୟା କିସମିସ୍ ସମାଧାନ କରିଥାଏ। କିସ୍ମିସ୍ରେ ଆଇରନ୍ ରହିଥିବା କାରଣରୁ ଏହାର ସେବନ ଯୋଗୁଁ ବ୍ୟକ୍ତି ଏନିମିୟା ସମସ୍ୟା ଠାରୁ ବଞ୍ଚଥାଏ। ଏହାସହିତ ଏଥିରେ ରହିଥିବା ଭିଟାମିନ୍-ବି କଂପ୍ଲେକ୍ସ ଯୋଗଁ ବ୍ୟକ୍ତି ଠାରେ ଦେଖାଯାଉଥିବା ହାଇପରଟେନସନ୍ ସହିତ ଲଢ଼ିବାରେ ଏହା ସହାୟକ ହୋଇଥାଏ।