ମସୁର ଡାଲିକୁ ଏପରି ବ୍ୟବହାର କରି ଅପୂର୍ବ ସୁନ୍ଦରତା ପାଆନ୍ତୁ
ମସୁର ଡାଲିକୁ ଏପରି ବ୍ୟବହାର କରି ଅପୂର୍ବ ସୁନ୍ଦରତା ପାଆନ୍ତୁ
admin
Feb 16, 2021 - 12:09
Updated: Feb 16, 2021 - 12:09
ଝିଅମାନେ ଟିକେ ସୁନ୍ଦର ଦେଖାଯିବା ପାଇଁ କ’ଣ ନକରିଥାନ୍ତି । ବିୟୁଟି ପାର୍ଲରରେ ମୋଟା ଅଙ୍କର ପାଇସା ଖର୍ଚ୍ଚ କରି ବିଭିନ୍ନ ପ୍ରକାର ଫେସିଆଲ କରିବା ସହିତ ଦାମି ଦାମି ପ୍ରସାଧାନ ସାମଗ୍ରୀ ବ୍ୟବହାର କରିଥାନ୍ତି । କିନ୍ତୁ ସେମାନେ ଭୁଲି ଯାଆନ୍ତି ଆମ ରୋଷଇ ଘରେ ଏପରି କିଛି ସମାଗ୍ରୀ ରହିଛି ଯାହାକୁ ବ୍ୟବହାର କଲେ ମୁହଁ ଚିକ୍କଣ ଓ ସୁନ୍ଦର ଦେଖାଯିବ । ରୋଷେଇ ଘରେ ଖାଦ୍ୟ ପାଇଁ ବ୍ୟବହାର କରାଯାଉଥିବା ମସୁର ଡାଲି ତ୍ୱଚା ପାଇଁ ଲାଭଦାୟକ । ଏହି ଡାଲି ବିଭିନ୍ନ ପ୍ରକାର ପ୍ରଦୂଷଣରୁ ରକ୍ଷା କରିବା ସହିତ ଆପଣଙ୍କୁ ସୁନ୍ଦର କରିଥାଏ । ଯଦି ଆପଣ ନିଜ ମୁହଁକୁ ଗ୍ଲୋ କରିବାକୁ ଚାହୁଁଛନ୍ତି ଅଥବା ବଣ ସମସ୍ୟାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ତେବେ ମସୁର ଡାଲି ପ୍ୟାକ ବ୍ୟବହାର କରନ୍ତୁ । ମସୁର ଡାଲିରେ ବିଭିନ୍ନ ପ୍ରକାର ମିନେରାଲ, ଭିଟାମିନ, ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ ଯାହା ସ୍କିନ ପାଇଁ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ସ୍କିନକୁ ସୁନ୍ଦର କରିବା ପାଇଁ କିପରି ମସୁର ଡାଲି ପ୍ୟାକ ବ୍ୟବହାର କରିବା ।
- ମୁହଁକୁ ସୁନ୍ଦର କରିବାକୁ ଚାହୁଁଛନ୍ତି ତେବେ ମସୁର ଡାଲି ପେଷ୍ଟ ତିଆରି କରି ସେଥିରେ ବେସନ ଓ ମୁଲତାନି ମାଟି ମିଶାଇ ଦିଅନ୍ତୁ । ଉକ୍ତ ପେଷ୍ଟକୁ ମୁହଁରେ ଲଗାନ୍ତୁ । ଉକ୍ତ ପେଷ୍ଟ ଶୁଖିଗଲେ ମୁହଁ ଧୋଇ ଦିଅନ୍ତୁ । ଏପରି କଲେ ମୁହଁ ଗ୍ଲୋ କରିବା ଆରମ୍ଭ କରିଦେବ ।
- ମସୁର ଡାଲିରେ କ୍ଷୀର ଓ ଅଣ୍ଡାର ଧଳା ଅଂଶ ମିଶାଇ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ଉକ୍ତ ପେଷ୍ଟକୁ ମୁହଁରେ ଲଗାଇ ଦିଅନ୍ତୁ । ଏହା ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ସ୍କିନର ସମସ୍ତ ସମସ୍ୟା ଏହି ପେଷ୍ଟକୁ ଲଗାଇବା ପରେ ଦୂର ହୋଇଯିବ ।
- ମସୁର ଡାଲି ମୁହଁରେ ବୟସପଣକୁ ହଟାଇବାରେ ସାହାଯ୍ୟ କରିଥାଏ । ମସୁର ଡାଲିରେ ଆଣ୍ଟିଏଜିଂ ଗୁଣ ରହିଛି । ମସୁର ଡାଲିରେ ଅକରୋଟ ପାଉଡର ମିଶାନ୍ତୁ ଓ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଉକ୍ତ ପେଷ୍ଟକୁ ମୁହଁରେ ଲଗାନ୍ତୁ । ଉକ୍ତ ପେଷ୍ଟ ମୁହଁର ଲୋଚାପଣକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଚେହେରାକୁ ଟ୍ୟାନିଂ ହେବା ଦେଇନଥାଏ ।
- ମସୁର ଡାଲି ସ୍କିନକୁ ସଫା କରିବାରେ ସହାୟକ ହୋଇଥାଏ । ସ୍କିନ ଉପରେ ପ୍ରଦୂଷଣ ପ୍ରଭାବ କମ କରିବାରେ ମସୁର ଡାଲି ସହାୟକ ହୋଇଥାଏ । ଯଦି ଆପଣଙ୍କ ସ୍କିନ ଅୟଲି ତେବେ ମସୁର ଡାଲି ପାଉଡରରେ କ୍ଷୀର ମିଶାଇ ବ୍ୟବହାର କରନ୍ତୁ । ଏହି ପେଷ୍ଟ ମୁହଁର ମୃତ କୋଷିକାକୁ ବାହାର କରିବା ସହିତ କ୍ଷୀର ଚେହେରାକୁ ମଶ୍ଚରାଇଜ କରିଥାଏ । ଏହି ପେଷ୍ଟକୁ ସପ୍ତାହରେ ଥରେ ନିହାତି କରନ୍ତୁ ।
- ଯଦି ଆପଣଙ୍କ ସ୍କିନ ଡ୍ରାଏ ତେବେ ମସୁର ଡାଲିରେ ମହୁ ମିଶାଇ ଲଗାନ୍ତୁ । ଏହି ପେଷ୍ଟକୁ କିଛି ସମୟ ପାଇଁ ମୁହଁରେ ଲଗାଇ ପରେ ଧୋଇ ଦିଅନ୍ତୁ । ମହୁଁ ଚିକ୍କଣ ଓ ସୁନ୍ଦର ଦେଖାଯିବ ।