ଓଡ଼ିଶାର ୧୯ଟି ନଦୀ ମୁହାଣ ପ୍ରଦୂଷିତ

ଓଡ଼ିଶାର ୧୯ଟି ନଦୀ ମୁହାଣ ପ୍ରଦୂଷିତ

ଓଡ଼ିଶାର ୧୯ଟି ନଦୀ ମୁହାଣ ପ୍ରଦୂଷିତ
ନୂଆଦିଲ୍ଲୀ : ଦେଶର ୩୫୧ଟି ନଦୀ ମୁହାଣ ପ୍ରଦୂଷିତ ରହିଛି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ୱାରା ଏହି ସବୁ ନଦୀ ମୁହାଣଗୁଡ଼ିକୁ ଚିହ୍ନଟ କରାଯାଇଛି । ଚିହ୍ନଟ କରାଯାଇଥିବା ୩୫୧ଟି ପ୍ରଦୂଷିତ ନଦୀ ମୁହାଣ ତାଲିକାରେ ଓଡ଼ିଶାର ୧୯ଟି ନଦୀ ମୁହାଣ ସାମିଲ ଅଛି । ସେଗୁଡ଼ିକ ହେଲା, ଗାଙ୍ଗୁଆ, ଗୁରାହିଦ, ନାଳ, କାଠଯୋଡ଼ୀ, ନନ୍ଦୀରାଜ, ଦୟା, କୁଆଖାଇ, ବାଙ୍ଗୁର ନାଳ, ଭିଡେନ, ବ୍ରାହ୍ମଣୀ, ବୁଢାବଳଙ୍ଗ, କୁଷମୀ, ମହାନଦୀ, ମଙ୍ଗଳା, ନାଗାବଳୀ, ନୁନା, ରତ୍ନଚିରା, ଋଷିକୂଲ୍ୟା, ସାବୁଳିଆ ଓ ସେଉରା । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ଜାତୀୟ ଜଳ ଗୁଣବତ୍ତା ମନିଟରିଂ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରଦୂଷିତ ନଦୀ ମୁହାଣ ଗୁଡ଼ିକର ତଦାରଖ କରିଥାଏ । ଏତଦ୍ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନଦୀ ମୁହାଣ ଗୁଡ଼ିକର ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଥିବା ଆଜି ଲୋକସଭାରେ କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନ ଲାଲ କଟାରିଆ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଥିଲେ ।