ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଉଛନ୍ତି କି?

ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଉଛନ୍ତି କି?

ଆପଣ ଖାଦ୍ୟ ଖାଇବା ପରେ ତୁରନ୍ତ ଔଷଧ ଖାଉଛନ୍ତି କି? ଜାଣନ୍ତି ଏହା ଉଚିତ୍ ନୁହେଁ । ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇବାର ୧୦-୧୫ ମିନିଟ ପରେ ଔଷଧ ଗ୍ରହଣ କରିବା ଉଚିତ। ଖାଇବା ପରେ ତୁରନ୍ତ ଔଷଧ ନେବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ । ଏପରି କରିବା ଦ୍ୱାରା ଶରୀରରେ ପୋଷକ ତତ୍ତ୍ୱର ଅବଶୋଷଣକୁ ପ୍ରଭାବିତ କରିଥାଏ। ଏହି କାରଣରୁ ଶରୀରରେ ଔଷଧର ପ୍ରଭାବ କମିଯାଏ। ଖାଦ୍ୟ ଓ ପାନୀୟ ଆମ ଶରୀର ଉପରେ ବହୁତ ପ୍ରଭାବ ପକାଏ। ଯେତେବେଳେ ଔଷଧ ଓ ଖାଦ୍ୟର ମିଶ୍ରଣ ଶରୀରରେ ଠିକ୍‍ ଭାବେ ହୁଏ ସେତେବେଳେ ଶରୀର ଶୀଘ୍ର ସୁସ୍ଥ ହୋଇଥାଏ। ସୁସ୍ଥ ଖାଦ୍ୟ ଶୀଘ୍ର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ। ଯଦି ଆପଣ କୌଣସି ଏକ ରୋଗରୁ ସୁସ୍ଥ ହେଉଛନ୍ତି ତେବେ ଜଣେ ଡାଏଟିସିଆନଙ୍କ ସାହାଯ୍ୟରେ ଏକ ଡାଏଟ ଚାଟ୍‍ ପ୍ରସ୍ତୁତ କରି ସେହି ହିସାବରେ ଖାଦ୍ୟ ପାନୀୟ ଠିକ୍‍ ରଖିବେ ଏବଂ ଔଷଧ ମଧ୍ୟ ସେହି ଅନୁସାରେ ଖାଇବେ।