ଚା’ ବା କଫି ପିଇବାର ପୂର୍ବରୁ କାହିଁକି ପାଣି ପିଅନ୍ତି ଜାଣନ୍ତୁ କାରଣ
ଚା’ ବା କଫି ପିଇବାର ପୂର୍ବରୁ କାହିଁକି ପାଣି ପିଅନ୍ତି ଜାଣନ୍ତୁ କାରଣ
ଭାରତରେ ଚା’ ଏବଂ କଫିର ସେବନ କାହୁଁ କେତେ କାଳରୁ ପ୍ରଚଳିତ ରହିଆସିଛି । ଯେଉଁ କାରଣକୁ ନେଇ ତେଣିକି ସେ ସକାଳ ହେଉ କି ବ୍ୟକ୍ତିର ଶୟନକ୍ଷେତ୍ରକୁ ଯିବା ପୂର୍ବରୁ ହେଉ ସେ ଏହି ଚା ବା କଫିର ସେବନ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଚା’ବା କଫିର ସେବନ ପୂର୍ବରୁ କାହିଁକି ପାଣି ପିଅନ୍ତି ,ସେହି ବିଷୟରେ ଜଣାଇବୁ ।
ଆସନ୍ତୁ ଜାଣିବା ଏସଂପର୍କରେ
ଦାନ୍ତକୁ ରକ୍ଷା କରିଥାଏ :- ଚା’ ଏବଂ କଫି ଉଭୟରେ ଟ୍ୟାନିନ୍ ନାମକ ଏକ ରାସାୟନ ଉଚ୍ଚ ମାତ୍ରାରେ ରହିଥାଏ,ଯାହାକି ଦାନ୍ତର ବିଘଟନ ଲାଗି ମୁଖ୍ୟତଃ ଦାୟୀ ହୋଇଥାଏ । ତେବେ ଯେମିତି ହିଁ ଆପଣ ଚା’ ବା କଫିର ସେବନ କରନ୍ତି ତ,ତେବେ ଏହା ଦାନ୍ତ ଉପରେ ତାହାର ଏକ ରାସାୟନିକ ପରସ୍ତ ବନାଇଦିଏ, ଯାହାକି ଦାନ୍ତ ବିଘଟନର ପ୍ରମୁଖ କାରଣ ହୋଇଥାଏ ।
ତେଣୁ ଚା’ ବା କଫି ପିଇବାର ୧୫ ମିନିଟ୍ ପୂର୍ବରୁ ଏକ ଗ୍ଲାସ୍ ପାଣିର ସେବନ କରିବା ଯୋଗୁଁ ବ୍ୟକ୍ତିର ଦାନ୍ତ ସୁରକ୍ଷିତ ରହିଥାଏ । କାରଣ ଏହା ଦ୍ୱାରା ଦାନ୍ତ ମଧ୍ୟରେ ଏକ ସୁରକ୍ଷାତ୍ମକ ପରସ୍ତ ବନିଯାଏ,ଯାହାକି ଦାନ୍ତକୁ ଦୁର୍ବଳ ହେବାକୁ ଦେଇନଥାଏ ।