ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର :  ରାଜ୍ୟରୁ ପୁଣି ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସପ୍ତାହକ ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫ରେ ପହଞ୍ଚିଥିବା ବେଳେ ରାଜ୍ୟବାସୀ ଏନେଇ ସଚେତନ ରହିବାର ଆବଶ୍ୟକତା ରହିଛି । ରାଜ୍ୟରେ ଆଉ ଦୁଇ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ହୋଇଛି ।
ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ତତ୍ପର ହୋଇପଡିଲେଣି ରାଜ୍ୟ ସରକାର । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ବିଶେଷ କରି ବରିଷ୍ଠ ଲୋକଙ୍କୁ ସତର୍କ ରହିବାକୁ ଖାସ୍ ପରାମର୍ଶ ଦିଆଯାଇଛି । ଥଣ୍ଡା, କାଶ, ଜ୍ୱର ଲାଗି ରହିଲେ ନମୁନା ପରୀକ୍ଷା କରିବାକୁ ପରାମର୍ଶ ଦେଇଛି ପ୍ରଶାସନ ।

ପୂର୍ବରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପିକନିକ ଋତୁ ଥିବାରୁ ପର୍ୟ୍ୟଟନସ୍ଥଳୀରେ ପ୍ରବଳ ଭିଡ ପରିଲିକ୍ଷିତ ହେଉଛି । ଯାହା କରୋନା ସଂକ୍ରମଣକୁ ବୃଦ୍ଧି କରିପାରେ । ତେଣୁ ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।