ଟିକା ଆସୁଛି : କେନ୍ଦ୍ର ଲେଖିଲା ଚିଠି

ଟିକା ଆସୁଛି : କେନ୍ଦ୍ର ଲେଖିଲା ଚିଠି

ଟିକା ଆସୁଛି : କେନ୍ଦ୍ର ଲେଖିଲା ଚିଠି
ଭୁବନେଶ୍ୱର: ଟିକା ପ୍ରସ୍ତୁତକାରୀ କମ୍ପାନୀ ପାଖରୁ ଓଡ଼ିଶାକୁ ସିଧାସଳଖ ଟିକା ଆସିବ । ଏନେଇ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଟିକାକରଣ ନେଇ ସେ ସୂଚନା ଦେଇ କହିଛନ୍ତି ଯେ, ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । ଅତି ନିକଟରେ ଓଡ଼ିଶାକୁ ଟିକା ଆସିବ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି । ହେଲେ ନିର୍ଦ୍ଧିଷ୍ଟ ତାରିଖ ଦିଆଯାଇନି, ଆମେ ପ୍ରସ୍ତୁତ ଅଛୁ । ଟିକା ପ୍ରସ୍ତୁତକାରୀ କମ୍ପାନୀ ପାଖରୁ ଆମ ପାଖକୁ ସିଧା ଟିକା ଆସିବ । ଟିକା ଆସିବା ପରେ ଭୁବନେଶ୍ୱର ରାଜ୍ୟ ଭ୍ୟାକ୍ସିନ ସେଣ୍ଟରେ ରଖାଯିବ । ଏହା ପରେ ଜିଲ୍ଲାକୁ ପଠାଯିବ ଓ ସେଠାରେ ଜିଲ୍ଲା ଭ୍ୟାକ୍ସିନ ସେଣ୍ଟରରେ ରଖାଯିବ । ଯାହା ସରଞ୍ଜାମ ଅଛି, ତାହା ଟିକାରଣ ପାଇଁ ଯଥେଷ୍ଟ । ଆମେ ଡାଟାବେସ ଅନୁସାରେ ଟିକା ମାଗିଛୁ । ଏନେଇ କେନ୍ଦ୍ର ନିଷ୍ପତ୍ତି ନେବ । ଯେଉଁଠି ଟିକାକରଣ ହେବ, ଜିଲ୍ଲାପାଳମାନେ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବେ । ସବୁ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ଶେଷ ହେବ ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।