ଗାଈ, ମଇଁଷି ଓ ଛେଳି ମୁହଁରେ ବି ମାସ୍କ

ଗାଈ, ମଇଁଷି ଓ ଛେଳି ମୁହଁରେ ବି ମାସ୍କ

ଗାଈ, ମଇଁଷି ଓ ଛେଳି ମୁହଁରେ ବି ମାସ୍କ
କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ଏବେ ଲକଡାଉନରେ ଅଛି ସାରା ଦେଶ । ଲୋକେ ଘରେ ଥିବା ବେଳେ ରୋଗରୁ ରକ୍ଷା ପାଇବା ଲାଗି ସାନିଟାଇଜର, ମାସ୍କ ବ୍ୟବହାର କରୁଛନ୍ତି । ସାମାଜିକ ଦୂରତ୍ୱ ବି ବଜାୟ ରଖୁଛନ୍ତି । ଏଭଳି ସ୍ଥଳରେ ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଚନେ୍ଦରି ଗାଁରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ଯେପରି ପଶୁମାନଙ୍କ ମଧ୍ୟରେ ନ ବ୍ୟାପିବ ସେଥିଲାଗି ଗାଈ, ବାଛୁରୀ, ମଇଁଷିଙ୍କୁ ମାସ୍କ ପିନ୍ଧାଉଛନ୍ତି ସେଠାକାର ଗ୍ରାମାବସୀ । ଏବେ ସେଠାରେ ଗହମ ଅମଳ ହେଉଛି । ତେଣୁ ଲୋକମାନେ ବଳଦଗାଡ଼ି ନେଇ କ୍ଷେତକୁ ଯାଉଛନ୍ତି । ଏହି ସମୟରେ ବଳଦକୁ ମାସ୍କ ପିନ୍ଧାଉଛନ୍ତି ସେମାନେ । ଉଦେ୍ଧଶ୍ୟ ହେଲା କ୍ଷେତରୁ ସେମାନେ ଘରକୁ ଫେରିଲେ ଗାଁରେ ସଂକ୍ରମଣ ବ୍ୟାପିବ ନାହିଁ । ଗାଁର ଜଣେ ଚାଷୀ ହରିସିଂହ କହିଛନ୍ତି, ଗାଈ ବାଛୁରୀ ଗୁଡ଼ିକ ତଳେ ପଡ଼ିଥିବା ଜିନିଷକୁ ଶୁଙ୍ଘି ଦେଉଛନ୍ତି । ତେଣୁ ରୋଗ ଯେପରି ଘରେ ପ୍ରସାରିତ ନ ହେବ ସେଥିଲାଗି ସେମାନେ ଏହି ପଶୁଙ୍କୁ ମାସ୍କ ପିନ୍ଧାଉଛନ୍ତି । ସୂଚନା ଥାଉ କି, ଗାଈ ବଳଦମାନଙ୍କୁ ଯେଉଁ ମାସ୍କ ପିନ୍ଧାଯାଉଛି ଖୁବ୍ ବଡ଼ । ତେଣୁ ସେଗୁଡ଼ିକ ସ୍ୱତନ୍ତ୍ର ଭାବେ ଗାଁରେ ପ୍ରସ୍ତୁତ କରାଯାଉଛି ।