ଦିଲ୍ଲୀ ଅଟୋ ଏକ୍ସପୋରେ ଓଡ଼ିଶା କମ୍ପାନୀ ଇଭେ ଇଣ୍ଡିଆ

ଦିଲ୍ଲୀ ଅଟୋ ଏକ୍ସପୋରେ ଓଡ଼ିଶା କମ୍ପାନୀ ଇଭେ ଇଣ୍ଡିଆ

ଦିଲ୍ଲୀ ଅଟୋ ଏକ୍ସପୋରେ ଓଡ଼ିଶା କମ୍ପାନୀ ଇଭେ ଇଣ୍ଡିଆ
ଭୁବନେଶ୍ୱର : ଦିଲ୍ଲୀ ଅଟୋ ଏକ୍ସପୋରେ ଓଡ଼ିଶା କମ୍ପାନୀ ଇଭେ ଇଣ୍ଡିଆ ପାଦ ଥାପିଛି । ରାଜ୍ୟର ଏକମାତ୍ର ମୋଟର ଯାନ ନିର୍ମାତା କମ୍ପାନୀ ଭାବେ ଏହା ଓଡ଼ିଶା ପାଇଁ ସୁନାମ ଆଣିଦେଇଛି । ପୂର୍ବରୁ କମ୍ପାନୀ ୪ ପ୍ରକାର ଇ-ବାଇକ ବଜାରକୁ ଛାଡ଼ିଥିବାବେଳେ ଏବେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଓ ଉନ୍ନତମାନର ବୈଶିଷ୍ଟ୍ୟ ସମ୍ପନ୍ନ ଆଉ ଦୁଇ ଇ-ବାଇକ ଦିଲ୍ଲୀ ଅଟୋ ଏକ୍ସପୋ-୨୦୨୦ରେ ପ୍ରଦର୍ଶିତ କରିଛି । ଇଭେ ଇଣ୍ଡିଆ ପୂର୍ବରୁ ୪ ଇ-ଯାନ ଜେନିଆ, ୪ୟୂ, ୱାଇଣ୍ଡ ଓ ୟୋରର ବଜାର ପ୍ରବେଶ କରାଇ ସାରିଥିବାବେଳେ ନୂତନ ଭାବେ ଇ-ବାଇକ ଟେସେରୋ ଓ ଇ-ସ୍କୁଟର ଫୋରସେଟିର ବଜାର ପ୍ରବେଶ ପାଇଁ ସଜବାଜ ହେଉଛି । ଅଟୋ ଏକ୍ସପୋ ୨୦୨୦ ଅବସରରେ ଇଭେ ଇଣ୍ଡିଆ ଦୁଇ ଇଲେକ୍ଟି୍ର ଗାଡ଼ି ଉନ୍ମୋଚନ କରିଛି । ଟେସେରୋ ଓ ଫୋରସେଟି ନାମକ ଦୁଇ ଗାଡ଼ି ଉନ୍ମୋଚିତ ହୋଇଛି । ଟେସେରୋ ଏକ ଇ ବାଇକ ହୋଇଥିବାବେଳେ ଫୋରସେଟି ଏକ ଇ-ସ୍କୁଟର । ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯାଇଥିବାବେଳେ ଉଚ୍ଚମାନର ବୈଶିଷ୍ଟ୍ୟ ରହିଛି । ଖୁବଶୀଘ୍ର ଏହି ଦୁଇ ଇ-ବାଇକ ଭାରତୀୟ ବଜାରକୁ ଆସିବ ବୋଲି ଜଣାପଡ଼ିଛି । ଏହାର ବଜାର ପ୍ରବେଶ ଅବସରରେ କମ୍ପାନୀର ସହ ପ୍ରତିଷ୍ଠାତା ତଥା ନିଦେ୍ର୍ଧଶକ ହର୍ଷ ଦିଦୱାନିଆ କହିଛନ୍ତିଯେ, ଏହି ଦୁଇ ଇ ବାଇକ ଅନେକ ବୈଶିଷ୍ଟ୍ୟରେ ଭରପୂର ରହିଥିବାବେଳେ ଏହାର ଡିଜାଇନ ବି ଆକର୍ଷଣୀୟ ହୋଇପାରିଛି । ଭାରତର ପରିବେଶକୁ ଦୃଷ୍ଟିରେ ରଖିବା ସହ ବାଇକ ଚାଳକଙ୍କ ସମସ୍ୟାକୁ ବୁଝିପାରି ଟେସେରୋ ଓ ଫୋରସେଟିର ବଜାର ପ୍ରବେଶ କରାଯାଇଛି । ଏଥିରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ଏହାର ଉନ୍ନତମାନର ବୈଶିଷ୍ଟ୍ୟମାନ ନିଶ୍ଚିତ ଭାବେ ଭାରତୀୟ ଗ୍ରାହକମାନଙ୍କୁ ଆକର୍ଷିତ କରିପାରିବ । ଭାରତର ବାଇକ ବଜାର ଦ୍ରୁତଗତିରେ ବଢ଼ୁଥିବାବେଳେ ଗ୍ରାହକମାନଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ପାଇବୁ ବୋଲି ଦିଦୱାନିଆ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟଯେ, ବାଇକ ଓ ଟ୍ୱିହିଲର ବିକ୍ରିରେ ରାଜ୍ୟରେ ବେଶ ପ୍ରସିଦ୍ଧି ଅର୍ଜନ କରିଥିବା ଭାରତ ମୋଟର୍ସ ପକ୍ଷରୁ ଏଭଳି ଅଭିନବ ଉଦ୍ୟମ କରାଯାଇଛି । ଓଡ଼ିଆ ଭାବେ ଇଭେ ଇଣ୍ଡିଆର ପ୍ରତିଷ୍ଠାତା ଅଧ୍ୟକ୍ଷ ଜୟ ପ୍ରକାଶ ଦିଦୱାନିଆ ଓ ନିଦେ୍ର୍ଧଶକ ହର୍ଷ ଦିଦୱାନିଆ ଓଡ଼ିଶା ପାଇଁ ଗୌରବ ଆଣିଦେଇଛନ୍ତି ।