ବିଧବା ମହିଳାଙ୍କୁ ବାହା ହେଲେ ମିଳିବ ଏହି ଫାଇଦା, ଜାଣିଲେ ଆପଣ ବି କରିବେ ବିବାହ

ବିଧବା ମହିଳାଙ୍କୁ ବାହା ହେଲେ ମିଳିବ ଏହି ଫାଇଦା, ଜାଣିଲେ ଆପଣ ବି କରିବେ ବିବାହ

ବିଧବା ମହିଳାଙ୍କୁ ବାହା ହେଲେ ମିଳିବ ଏହି ଫାଇଦା, ଜାଣିଲେ ଆପଣ ବି କରିବେ ବିବାହ
ସବୁ ଝିଅଙ୍କର ସ୍ବପ୍ନ ଥାଏ କି ତାର ବାହାଘର ଗୋଟିଏ ଭଲ ପରିବାରରେ ହେଉ, ତା ସ୍ବାମୀ ତାକୁ ସବୁବେଳେ ଖୁସିରେ ରଖୁ, କୈାଣସି ଜିନିଷରେ କିଛି ଅଭାବ ନରହୁ, ଏମିତି ଅନେକ କିଛି। କେବଳ ଝିଅ ନୁହେଁ, ବରଂ ତା ମା ବାପାଙ୍କର ମଧ୍ୟ ଗୋଟିଏ ଚିନ୍ତା ଥାଏ କି, ଯେବେ ସେ ବଡ଼ ହେବ ତାର କନ୍ୟାଦାନ କରି ତାକୁ ଆଉ ଜଣଙ୍କ ହାତକୁ ଦେଇ ଦେବେ। ସେହି ସମୟରେ ହିଁ ଝିଅ ହୋଇଯାଏ ପର। ତା ପାଇଁ ଶାଶୁ ଘର ହୋଇଯାଏ ସବୁକିଛି। କିଛି ଝିଅ ନିଜ ସହିତ ଏମିତି ଭାଗ୍ୟ ନେଇ ଯାଇଥାନ୍ତି ଯେ ଶାଶୁଘର ପାଇଁ ସେ ଲକ୍ଷ୍ମୀ ପାଲଟିଯାଆନ୍ତି ଏବଂ ଆଉ କିଛି ଝିଅଙ୍କ ଭାଗ୍ୟରେ କେବଳ ଲୁହ ହିଁ ଲେଖାହୋଇଥାଏ। ଆଉ ବେଳେ ବେଳେ ଏମିତି କିଛି ଦୁଘର୍ଟଣା ଘଟିଯାଏ ଯେ ସ୍ତ୍ରୀକୁ ଛାଡ଼ି ସ୍ବାମୀ ଆରପାରିକୁ ଚାଲିଯାଏ। ଆଉ ବିଧବା ପାଲଟିଯାଏ ସ୍ତ୍ରୀ। ଦିନ ଥିଲା ଏହାକୁ ନେଇ ବହୁତ କିଛି ଚିନ୍ତା କରାଯାଉଥିଲା। କିନ୍ତୁ ଏବେର ସମୟ ବଦଳି ଗଲାଣି। କାରଣ ବିଧବାଙ୍କୁ ମିଳୁଛି ଅନେକ ସୁବିଧା। ସମୟ ଥିଲା ବିଧବା ସ୍ତ୍ରୀ ତା ଶାଶୁଘରକୁ ନେଇ ଚଳିବା ବହୁତ କଷ୍ଟକର ହୋଇପଡ଼ୁଥିଲା। ମାତ୍ର ଏବେ ବିଧବା ସ୍ତ୍ରୀକୁ ବାହା ହେଲେ ମିଳୁଛି ନାନା ସୁବିଧା ଯାହାକୁ କେବେ ବି ଆପଣ ଭାବିନଥିବେ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ସମ୍ପର୍କରେ ୧. ଯଦି ଆପଣ କୈାଣସି ବିଧବା ସ୍ତ୍ରୀକୁ ବିବାହ କରୁଛନ୍ତି ତେବେ ଏହି କଥାକୁ ଧ୍ୟାନ ଦେବେ ନିଜେ ସବୁବେଳେ ଖୁସିରେ ରହିବେ। ମନରେ ଏହା ଅନୁଭବ କରିବେ କି ଆପଣ ଯିବା ପରେ ତାର ଜୀବନ କିଭଳି ହେବ। ସେ କିନ୍ତୁ ନୂଆ ବିବାହିତ ମହିଳାଙ୍କ ପରି ଝଗଡ଼ା କରିବ ନାହିଁ। ଆପଣଙ୍କ ପ୍ରତ୍ୟେକ କଥାକୁ ସ୍ତ୍ରୀ ଆଦର କରିବ। ୨. ସ୍ତ୍ରୀ ପ୍ରତିଟି ସୁଖ ଦୁଃଖରେ ଆପଣଙ୍କର ସାଙ୍ଗରେ ରହିବ। ଏମିତିକି ଅନ୍ୟ କେହି ବି ଆପଣଙ୍କ ସାଥୀରେ ନ ଥିଲେ ବି ସ୍ତ୍ରୀ କିନ୍ତୁ ସାଙ୍ଗରେ ରହିବ। ଜଣେ ବିଧବା ସ୍ତ୍ରୀ ଏହି କଥାକୁ ଭଲ ଭାବେ ବୁଝେ କି, ସ୍ବାମୀ ତା ପାଇଁ କଣ ଏବଂ ସେ ନିଜ ବୈବାହିକ ଜୀବନକୁ କିଭଳି ଠିକ ଢ଼ଙ୍ଗରେ ନେବ ସେସବୁ ତାକୁ ଜଣା। ସେ ଏମିତି କିଛି କରିବନି ଯେଉଁଥିରେ ତାର ସ୍ବାମୀ ମୁଣ୍ଡ ତଳକୁ ନଇଁଯିବ କିମ୍ବା ତାକୁ ଖରାପ ଲାଗିବ। ୩. ବିଧବା ସ୍ତ୍ରୀ ମନରେ ଯେବେ ବି ଦୁଃଖ କିମ୍ବା ଅସୁବିଧା ଆସେ ସେ ତାର ପୁରୁଣା ସମୟକୁ ମନେ ପକାଇ କାନ୍ଦନ୍ତି ନାହିର୍ ବରଂ ସେହି ସ୍ଥିତିକୁ ସାମ୍ନା କରିବାକୁ ସାହସ ବଳାନ୍ତି। ଏହି ପ୍ରକାର ସାହସ କେବଳ ଜଣେ ବିଧବା ସ୍ତ୍ରୀ ପାଖରେ ଦେଖା ଦେଇଥାଏ।