ପବିତ୍ର ରାକ୍ଷା ବନ୍ଧନ ଅବସରରେ ପିପିଲି ରେ ଏକ ନିଆରା ଅଭିନବ ପ୍ରୟାସ କରାଯାଇଛି

ପବିତ୍ର ରାକ୍ଷା ବନ୍ଧନ ଅବସରରେ ପିପିଲି ରେ ଏକ ନିଆରା ଅଭିନବ ପ୍ରୟାସ କରାଯାଇଛି

ସୋମବାର ପବିତ୍ର ରାକ୍ଷା ବନ୍ଧନ ଅବସରରେ ପିପିଲି ରେ ଏକ ନିଆରା ଅଭିନବ ପ୍ରୟାସ କରାଯାଇଛି । ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ପବିତ୍ର ରାକ୍ଷୀପୂର୍ଣ୍ଣିମା ପାଳିବା ସହ ନିଶା ଠାରୁ ସବୁଦିନ ଦୁରେଇବା ପାଇଁ ସେ ଭାଇକୁ ଶପଥ ପାଠ କରାଇଛି । ଭାଇ ଭଉଣୀ ର ଏହି ପବିତ୍ର ଦିବସରେ ସମ୍ବାଦ ର ଏହି ନିଶା ନିବାରଣ ଭଳି ସ୍ବତନ୍ତ୍ର ପ୍ରୟାସ  କରାଯାଇ ଅଂଚଳରେ ସୁନ୍ଦର ବାର୍ତ୍ତା ସୃଷ୍ଟି ହୋଇଛି। ତେବେ ଏହି ନିଆରା ପବିତ୍ର କାର୍ଯ୍ୟକ୍ରମ ପିପିଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ହୋଇଥିଲା।  ଏଥିରେ ପିପିଲି ସମ୍ବାଦ ସାହିତ୍ୟ ଘର ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ଥିବା ବେଳେ ବିଦ୍ୟାଳୟ ର ସମସ୍ତ କମିଟି ସଦସ୍ୟ, ଗୁରୁଜୀ ଗୁରୁମା ଓ ବହୁ ଛାତ୍ରଛାତ୍ରୀ ମାନେ ଏଥିରେ ସାମିଲ ହୋଇ ରାକ୍ଷୀ ବାନ୍ଧି ନିଶା ନିବାରଣ ର ଶପଥ ପାଠ କରିଥିଲେ। ପିପିଲି ଅଂଚଳର ବରିଷ୍ଠ ସାମ୍ବାଦିକ ରାଜ କିଶୋର ସ୍ବାଇଁ ଙ୍କ ସଂଯୋଜନା ଏହି ପବିତ୍ର ରାକ୍ଷୀପୂର୍ଣ୍ଣିମା କାର୍ଯ୍ୟକ୍ରମ ହୋଇଥିଲା । ତେବେ ସମ୍ବାଦ ର ଏଭଳି କାର୍ଯ୍ୟକ୍ରମକୁ ସବୁ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷ ସୈ।ମ୍ୟ ରଂଜନ ପଟ୍ଟନାୟକଙ୍କୁ  ମହିଳା ମାନେ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି।