ମାଛ, ମାଂସ ନଖାଇ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଯଦି ହଁ, ଆପଣାନ୍ତୁ ଏହି ଉପାୟ

ମାଛ, ମାଂସ ନଖାଇ ସୁସ୍ଥ ରହିବାକୁ ଚାହୁଁଛନ୍ତି କି ? ଯଦି ହଁ, ଆପଣାନ୍ତୁ ଏହି ଉପାୟ

ଦିନକୁ ଦିନ ଲୋକଙ୍କର ଓଜନ ବଢୁଛି । ଏଥିପାଇଁ ଅନେକ ରୋଗରେ ପୀଡିତ ହେଉଛନ୍ତି ଲୋକେ । ଖାସ୍‌ ଏଥିପାଇଁ ହିଁ ଶାକାହାରୀ ଖାଦ୍ୟ ପ୍ରତି ଆକର୍ଷିତ ହେଉଛନ୍ତି । କିନ୍ତୁ ଯଦି ମାଂସ, ମାଛ ଏବଂ ଅଣ୍ଡା ଭଳି ଜିନିଷ ଖାଇବା ବନ୍ଦ କରି ଦିଅନ୍ତି, ତେବେ ଶରୀରକୁ ପ୍ରୋଟିନ୍ କେଉଁଠୁ ମିଳିବ । ଏ ପ୍ରଶ୍ନ ସମସ୍ତଙ୍କ ମନରେ ନିଶ୍ଚୟ ଆସୁଥିବ । କିନ୍ତୁ ଏପରି କିଛି ଶାକାହାରୀ ଖାଦ୍ୟ ରହିଛି ଯାହା ଶରୀରକୁ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ଯୋଗାଇବ । ଆସନ୍ତୁ ଜାଣିବା

୧. ଡାଲି
ଡାଲିକୁ ପୋଷକ ତତ୍ତ୍ବର ଭଣ୍ଡାର ଭାବରେ ବିବେଚନା କରାଯାଏ । ଏହାର ପ୍ରତିକପ୍‌ ପିଛା ଡାଲିରେ ମିଳିଥାଏ ୧୮ ଗ୍ରାମର ପ୍ରୋଟିନ୍ । ଏହାକୁ ବିଭିନ୍ନ ଉପାୟରେ ଖିଆ ଯାଇପାରେ । ଯେପରିକି ସୁପ୍, ସାଲାଡରେ ମଧ୍ୟ ଏହାକୁ ମାଂସ ବଦଳରେ ଖାଇପାରିବେ ।

୨. ସୋୟାବିନ୍
ସୋୟାବିନ ପ୍ରୋଟିନର ଏକ ସମୃଦ୍ଧ ଉତ୍ସ ଭାବରେ ବିବେଚନା କରାଯାଏ । ସାଧାରଣତଃ ଲୋକମାନେ ଏହାକୁ ତରକାରୀ କରି ଖାଇବାକୁ ପସନ୍ଦ କରନ୍ତି । ଯାହା ଅତ୍ୟନ୍ତ ସ୍ୱାଦିଷ୍ଟ ହୋଇଥାଏ । ଯଦି ଆପଣ ଏହାକୁ ନିୟମିତ ଖାଆନ୍ତି ତେବେ ଶରୀରରେ ପ୍ରୋଟିନର ଅଭାବ ରହିବନି ।

୩. କ୍ୱିନୋଆ
କ୍ୱିନୋଆ ଏକ ପ୍ରୋଟିନ୍ ସମୃଦ୍ଧ ଖାଦ୍ୟ ଭାବେ ପରିଚିତ । ଏହି ଖାଦ୍ୟରେ ସମସ୍ତ ୯ଟି ଅତ୍ୟାବଶ୍ୟକ ଆମିନୋ ଏସିଡ୍ ଏହି ଖାଦ୍ୟରେ ମିଳିଥାଏ । ରାନ୍ଧିବା ସମୟରେ ଏହା କପ୍ ପିଛା ପ୍ରାୟ ୮ ଗ୍ରାମ ପ୍ରୋଟିନ୍ ଯୋଗାଇଥାଏ । ତେଣୁ ଅଧିକାଂଶ ଡାଏଟିସିଆନ୍ ଏହାକୁ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଅନ୍ତି ।

୪. ଟୋଫୁ
ଟୋଫୁ ହେଉଛି ଏକ ସୋୟାବିନ୍ ଭିତ୍ତିକ ଖାଦ୍ୟ ପଦାର୍ଥ । ଯାହା ପ୍ରୋଟିନରେ ଭରପୂର ଅଟେ  । ଯଦି ଆପଣ ଅଧା କପ୍ ଟୋଫୁ ଖାଆନ୍ତି, ତେବେ ଆପଣଙ୍କ ଶରୀରକୁ ପ୍ରାୟ ୧୫ ଗ୍ରାମ ପ୍ରୋଟିନ୍ ମିଳିବ । ଏହା ପନିର ପରି ଦେଖାଯାଏ, ଯଦିଓ ଏହା ଭିନ୍ନ ଅଟେ । ଆପଣ ଏହାକୁ ଅନେକ ଉପାୟରେ ରାନ୍ଧି ଖାଇପାରିବେ । ଏହାର ସ୍ୱାଦ ମଧ୍ୟ ଖୁବ୍ ଉତ୍କୃଷ୍ଟ ।

୫. ଗ୍ରୀକ୍ ଦହି
ଏହା ସେହି ବ୍ୟକ୍ତିଙ୍କ ପାଇଁ ଯେଉଁମାନେ କି ଦୁଗ୍ଧଜାତ ଦ୍ରବ୍ୟକୁ ସେମାନଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି । ଗ୍ରୀକ୍ ଦହି ପ୍ରୋଟିନର ଏକ ସମୃଦ୍ଧ ଉତ୍ସ ଅଟେ । ଯାହାର ପ୍ରତି ୬ଅଂଶରେ ଯୋଗାଇଥାଏ ୧୦ ଗ୍ରାମର ପ୍ରୋଟିନ୍ । ଏହା ପ୍ରୋବାୟୋଟିକ୍ସରେ ମଧ୍ୟ ଭରପୂର ଅଟେ, ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ ।