ଦୁଃଖ ସରୁ ନାହିଁ

ଦୁଃଖ ସରୁ ନାହିଁ

ଦୁଃଖ ସରୁ ନାହିଁ
****ଦୁଃଖ ସରୁ ନାହିଁ**** ଦୁଃଖ ସରୁ ନାହିଁ ସୁଖ ଲୋଡା ନାହିଁ ତୁମେ ପାଖେ ଥିଲେ କିଛି ଲୋଡା ନାହିଁ କରୁଛି ଆଜି ମୁଁ ତୁମ ପଖେ ଗୁହାରି ଶରଣରେ ଆସିଛି ରଖ ଶ୍ରୀ ହରି ।। ହେ କଳା ବଦନ, ହେ କଳା ଠାକୁର ଏ କରୋଣା ରୋଗରୁ ମୋତେ ଉଧାର କର ଦିନ ସରି ଯାଉଛି ଯମ ଚିଠି ଆସିଛି ଚିତ୍ରଗୁପ୍ତ ନେବ ବୋଲି କହି ଦେଇ ଯାଇଛି ।। ଆସ ପ୍ରଭୁ ଆସ ତୁମେ ଏ ମତୟ ପୁରକୁ ବିନାଶ କର ଏଇ କରୋଣା ରୋଗକୁ ପୃଥିବୀଟା ଲାଗି ଲାଣି ଏବେଠୁ ଶୁନ୍ୟ, ଶୁନ୍ୟ ତୁମେ ନ ଆସିଲେ ଲିଭି ଯିବ ସବୁ ଚିହ୍ନ ।। ହେ ଚକାନୟନ ତୁମେ ଆମ ଜୀବନ ରଖ ଆମରି ପ୍ରାଣ ରହୁ ଆମ ଜୀବନ ଯେତେ ଦିନ ରହିବ ଥିବ ଏ କରୋଣା ରୋଗ ତୁମ ସରଗ ଦୁଆରେ ଯୁଈ ସବୁ ଜଳୁଥିବ ।। ଜିତେନ୍ଦ୍ର ସୁବୁଦ୍ଧି (ସିଲୁ) ବେଗୁନିଆ -ଖୋର୍ଦ୍ଧା