ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ

ଓଡ଼ିଶାରେ ଆଉ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ୍ । ଏହା ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଗତକାଲି ରାଜ୍ୟରୁ ପ୍ରଥମ କରୋନା ସଂକ୍ରମିତଙ୍କୁ ନେଇ ସୂଚନା ଦିଆଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥବସ୍ଥା ଠିକ୍ ରହିଛି ଏବଂ ସେ ହସ୍ପିଟାଲ ନଯାଇ ଘରେ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ଗତକାଲି ଓଡିଶାରୁ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଥିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବହୁବିଧ ରୋଗରେ ପୀଡ଼ିତ ବୟସ୍କ ମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜନଗହଳି ସ୍ଥାନକୁ ଯିବା ବେଳେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।