ମାଣିକଗୋଡା : ହିନ୍ଦୁ ଓ ମୁସଲମାନ ପାଳନ୍ତି ଦଶହରା

ମାଣିକଗୋଡା : ହିନ୍ଦୁ ଓ ମୁସଲମାନ ପାଳନ୍ତି ଦଶହରା

ମାଣିକଗୋଡା : ହିନ୍ଦୁ ଓ ମୁସଲମାନ ପାଳନ୍ତି ଦଶହରା

ଭୁବନେଶ୍ୱର : ଭାଇଚାରା ପ୍ରୀତିର ଅମ୍ଳାନ ଗଜରା ଖୋର୍ଦ୍ଧା ଜିଲ୍ଲାର ସୀମାନ୍ତ ବୋଲଗଡ଼ ବ୍ଲକ ମାଣିକାଗୋଡ଼ା ଗ୍ରାମର ଦଶହରା ପର୍ବ । ଅଶ୍ୱିନ ଶୁକ୍ଳପକ୍ଷ ସପ୍ତମୀ ରାତିରୁ କୋଭିଡ କଟକଣା ନିୟମକୁ ମାନି ଚଳିତ ବର୍ଷ ପାଇଁ ଅୟମାରମ୍ଭ ହୋଇଛି । ଏହି ପର୍ବ ଷୋଡଶ ଶତାବ୍ଦୀର ଶେଷ ଭାଗରୁ ଏଠାରେ ପାଳନ ହୋଇ ଆସୁଥିବାର ଲୋକକଥା ରହିଛି ଓ ହିନ୍ଦୁ ସମ୍ପ୍ରଦାୟର ସବର୍ଣ୍ଣ ଓ ଅସବର୍ଣ୍ଣ ତଥା ମୁସଲମାନ ଏକାଠି ପାଳନ କରିଥାନ୍ତି ଏହି ପର୍ବ । ଅପରାଜିତା ହୋମ ପର୍ବର ମୁଖ୍ୟ ଆକର୍ଷଣ ମୁସଲମାନ କର୍ତ୍ତା । ରୀତିନୀତି ଅନୁଯାୟୀ ମଙ୍ଗଳବାର ରାତ୍ରିରୁ ଏହି ପର୍ବର ଆରମ୍ଭ ହୋଇଛି ଓ ମୁସଲମାନ ଦଳବେହେରା ଧୋତି ପିନ୍ଧି ଗଜପତିଙ୍କ ପ୍ରଦତ୍ତ ଖଡଗ ଆଣି ତାଙ୍କ ଘର ସମ୍ମୁଖରେ ମାନସିଂହଙ୍କୁ ଧରିବାକୁ ଦେଇଥିଲେ । ମାନସିଂହ ଖଡ଼ଗ ଧରି ଦଳବେହେରାଙ୍କୁ ସାଥୀରେ ନେଇ ଭଗବତୀଙ୍କ ପୀଠକୁ ବାହାରିଥିଲେ । ସେହିପରି କୋଠକରଣ ଲେଖନୀ ଓ ତାଳପତ୍ର ନେଇ ବାହାରିଥିଲେ ।