ଦେଶରେ ଆଜି ପାଳିତ ହେଉଛି ଆଲୋକର ପର୍ବ ଦୀପାବଳି

ଦେଶରେ ଆଜି ପାଳିତ ହେଉଛି ଆଲୋକର ପର୍ବ ଦୀପାବଳି

ଦେଶରେ ଆଜି ପାଳିତ ହେଉଛି ଆଲୋକର ପର୍ବ ଦୀପାବଳି

ନୂଆଦିଲ୍ଲୀ: ଆଜି ଦେଶର ସର୍ବତ୍ର ଆଲୋକର ପର୍ବ ଦୀପାବଳି ପାଳିତ ହେଉଛି। ହିନ୍ଦୁ ପରିବାରରେ ପାଳିତ ହେଉଥିବା ଏକ ପ୍ରମୁଖ ପର୍ବ। ଏନେଇ ଚଳଚଞ୍ଚଳ ପୁରଠୁ ପଲ୍ଲୀ । ସବୁଠି ଦେଖାଯାଇଛି ପାର୍ବଣର ଉତ୍ସାହ। ଆଜି ରଙ୍ଗବେରଙ୍ଗର ଆଲୋକ ମାଳାରେ ଝଲସି ଉଠୁଛି ସହରରୁ ଗାଁ। ପିଠାପଣାରେ ମହକିବ ଗାଁଗଣ୍ଡା । ବାଣ ଫୁଟାଇ ଓ ଦୀପ ଜାଳି ଦୀପାବଳି ପାଳିବେ ସମସ୍ତେ ।

କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ଉତ୍ସବ ପାଳନ କରାଯାଏ । ଏହି ଦିନ ସମସ୍ତେ ଘରେ ଦୀପ ଜଳିଥାନ୍ତି ଏବଂ ବାଣ ଫୁଟାଇଥାନ୍ତି । ଓଡିଶାରେ ଦୀପାବଳି ଦିନ ବଡବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦିଆଯାଇ କାଉଁରିଆ କାଠି ଜଳାଯାଏ ।'ବଡବଡୁଆ ହୋଅନ୍ଧାରରେ ଆସ ଆଲୁଅରେ ଯା'ପୁରୁଷୋତ୍ତମରେ ମହାପ୍ରସାଦ ଖାଇ

ବାଇଶି ପାହାଚେ ଗଡଗଡାଉ ଥାଅ'...ବୋଲି ଉଚ୍ଚାରଣ କରି ବଡବଡୁଆଙ୍କୁ ଡାକନ୍ତି ଓଡିଆ । ଓଡିଶା ସମେତ ଦେଶର ପ୍ରତ୍ୟେକ ହିନ୍ଦୁ ପରିବାର ଘରେ ପିଠାପଣି କରି ଆନନ୍ଦ ଉଲ୍ଲାସର ସହ ଦୀପାବଳି ମନାଇଥାନ୍ତି ।ପୁରାଣ କହେ, ସତ୍ୟଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଦ୍ଧ କରି ସୀତାକୁ ଉଦ୍ଧାର କରି ଆଜି ଅଯୋଦ୍ଧା ଫେରିଥିଲେ । ଅଯୋଦ୍ଧାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟକୁ ପାଳନ କରିବାକୁ ଯାଇ ଘରେ ବିଭିନ୍ନ ପ୍ରକାର ଆଲୋକ ଜଳାଇଥିଲେ । ସେହି ଦିନରୁ ହିଁ ଭାରତ ବର୍ଷରେ ଏହି ଉତ୍ସବ ପାଳନ କରାଯାଉଛି । ଦୀପାବଳିକୁ କୃଷିଭିତ୍ତିକ ବିଧି ଭାବେ ମଧ୍ୟ ବିବେଚନା କରାଯାଏ। ଅମଳ ଋତୁ ସମୟରେ ଶସ୍ୟକ୍ଷେତ୍ର ଏବଂ ଜନବସତିରେ କୀଟପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ତେଣୁ ଦୀପାବଳିରେ ଦୀପ ଏବଂ ଆଲୋକ ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଉଥିବାର ମଧ୍ୟ କୁହାଯାଏ ।ସେହିପରି ଦୀପାବଳି ଦିନ ଧରାବତରଣ କରିଥାନ୍ତି ମା' କାଳୀ । ପଶ୍ଚିମବଙ୍ଗ, ଓଡିଶା ଓ ବିହାରରେ ଦୀପାବଳି ଦିନ ବିଭିନ୍ନ ପୂଜା ମଣ୍ଡପରେ ମହାକାଳୀ ପୂଜା ପାଇଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଦୀପାବଳି ପାଳିତ ହୁଏ । ମହାପ୍ରଭୁ ଜଗନ୍ନାଥ ପିତୃପୁରୁଷ ଦଶରଥ ଓ କୌଶଲ୍ୟାଙ୍କୁ ଦୀପଦାନ କରିଥାନ୍ତି ।ଭାରତର ସବୁ ପ୍ରାନ୍ତରେ ଦୀପ ଜଳାଇ ଏବଂ ବାଣ ଫୁଟାଯାଇ ଦୀପାବଳି ପାଳନ୍ତି ଲୋକେ । ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ୟ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥାଏ । ଏହି କ୍ରମରେ ସୋମବାର ସନ୍ଧ୍ୟାରୁ ପ୍ରାଚୀନ ନଗରୀ ଅଯୋଦ୍ଧାରେ ମହାଆଡମ୍ବରରେ ଦୀପୋତ୍ସବ ପାଳନ ଆରମ୍ଭ ହୋଇଛି ।