ଫେସବୁକରେ ଭାଇରାଲ ହେଲା ଲେଖାଶ୍ରୀଙ୍କ ‘ଗୋବର ମୁଣ୍ଡି’ ସମ୍ମାନ

ଫେସବୁକରେ ଭାଇରାଲ ହେଲା ଲେଖାଶ୍ରୀଙ୍କ ‘ଗୋବର ମୁଣ୍ଡି’ ସମ୍ମାନ

ଫେସବୁକରେ ଭାଇରାଲ ହେଲା ଲେଖାଶ୍ରୀଙ୍କ ‘ଗୋବର ମୁଣ୍ଡି’ ସମ୍ମାନ
ଭୁବନେଶ୍ୱର : ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଏକ ମାନପତ୍ର ଆଜିକାଲି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ଲେଖାଶ୍ରୀଙ୍କୁ ଗୋବରମୁଣ୍ଡି ସମ୍ମାନରେ ସମ୍ମାନିତ କରାଯାଇଥିବା ନେଇ ଏକ ମାନଫଳକ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ମାନପତ୍ରର କିଛି ଅଂଶ ନିମ୍ନରେ ଉଲ୍ଲେଖ କରୁଛୁ । ବିଭିନ୍ନ ସମୟରେ ଲେଖାଶ୍ରୀ ବିଭିନ୍ନ ବିବାଦୀୟ ବୟାନ ଦେଇଛନ୍ତି । ଲେଖାଶ୍ରୀଙ୍କ କାରଣରୁ ବିଜେପିର ଅନ୍ୟ ନାରୀନେତ୍ରୀଙ୍କ ଦୋକାନ ବନ୍ଦ ପଡିଛି । ‘ସୁରତରେ ଓଡିଆ ନାରୀ ଦେହବେପାର କରୁଛନ୍ତି’ ଏପରି ମନ୍ତବ୍ୟ ପାଇଁ ଆମେ ଆପଣଙ୍କୁ ମିଛ ଦେହ ବେପାରର ରାଣୀ ମହୁମାଛି ନୁହେଁ ବରଂ ସୁରତ ରତ୍ନ ଭାବରେ ସମ୍ବୋଧନ କରିବୁ ବୋଲି ମାନପତ୍ରରେ ଉଲ୍ଲେଖ ରହିଛି । ସେହିପରି ପୁରୀକୁ ନେଇ ଯେଉଁ ମନ୍ତବ୍ୟ ଦେଇଥିଲେ ତାକୁ ନେଇ ମଧ୍ୟ ସମାଲୋଚନା କରାଯାଇଛି । ପିପିଲିର ଏକ ସଭାମଞ୍ଚରେ ଲେଖାଶ୍ରୀ ପୁରୀ କଣ କଲିକତାରେ ଏବଂ ସମ୍ବିତ ପାତ୍ରଙ୍କ ପାଇଁ ଲୋକେ ପୁରୀକୁ ଜାଣିଲେ ବୋଲି କହିଥିଲେ । କୁଣ୍ଡା ଖାଇ ପାଠ ପଢିବା ଦ୍ୱାରା ମୁଣ୍ଡକୁ ଏପରି ଗୋବର ବୁଦ୍ଧି ଆସିଥାଏ । ତେଣୁ ଆପଣଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ଆପଣଙ୍କୁ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଗୋବର ମୁଣ୍ଡି ସମ୍ମାନରେ ସମ୍ମାନିତ କରାଯାଉଛି । କରୋନା କଟକଣା କାରଣରୁ ଅନଲାଇନରେ ଏହି ପୁରସ୍କାର ଗ୍ରହଣ କରିବା ପାଇଁ ଅନୁରୋଧ ବୋଲି ମାନପତ୍ରରେ ଉଲ୍ଲେଖ କରାଯାଇଛି । ଏହି ମାନପତ୍ରରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନାମ ରହିଥିଲେ ମଧ୍ୟ ତାଙ୍କର କୌଣସି ସୋସିଆଲ ମିଡିଆ ୂପେଜରେ ଏହାକୁ ସେୟାର କରାଯାଇ ନାହିଁ । ତେଣୁ କୌଣସି କଂଗ୍ରେସ କର୍ମୀ ଏପରି କରିଥିବାର ଆଶା କରାଯାଉଛି । ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଭିନ୍ନ କମେଣ୍ଟ ଦେଖିବାକୁ ମିଳୁଛି । ବି.ଦ୍ର : ଏହି ଖବରଟିକୁ ଫେସବୁକର ତଥ୍ୟ ଆଧାରରେ ଉପସ୍ଥାପନା କରାଯାଇଛି । କାହାର ସମ୍ମାନହାନି ପାଇଁ ଏହି ଖବରଟି ଉଦ୍ଧିଷ୍ଟ ନୁହେଁ । ଆମ୍ଭେ ଏହି ସ୍ତମ୍ଭରେ କିଛି ମଜାଦାର ଓ ଭାଇରାଲ ଉପସ୍ଥାପନ କରୁଛୁ ।