ମୁହଁରୁ ବ୍ରଣ ଛଡ଼ାଇବା ପାଇଁ ଘରୋଇ ଉପଚାର

ମୁହଁରୁ ବ୍ରଣ ଛଡ଼ାଇବା ପାଇଁ ଘରୋଇ ଉପଚାର

ମୁହଁରୁ ବ୍ରଣ ଛଡ଼ାଇବା ପାଇଁ ଘରୋଇ ଉପଚାର
ମୁଁହରେ ବ୍ରଣ ହେବା ଆଜିକାଲି ଯୁବପିଢ଼ିଙ୍କ ପାଇଁ ଗୋଟେ ବଡ଼ ସମସ୍ୟା ହେଲାଣି । ପ୍ରତ୍ୟେକ ଦିନ ମୁଁହରେ ବ୍ରଣ ବାହାରୁଥିବାରୁ ମୁହଁ ଅସୁନ୍ଦର ଦେଖାଯାଉଛି । ଆଉ ଏହାକୁ ହାତରେ ଖଣ୍ଡିଆ କରିଦେଲେ ମୁହଁରେ କଳା ଦାଗ ପଡ଼ିଯାଉଛି । ଏଥିରୁ ମୁକ୍ତି ମିଳିବ ତ କେମିତି ? ଏବେ ଏହା ଯୁବ ପିଢ଼ିଙ୍କୁ ଚିନ୍ତାରେ ପକାଇଛି । ସାଧାରଣତଃ ୨୦ ରୁ ୪୦ ବର୍ଷ ବୟସ ବ୍ୟକ୍ତିଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦଖାଦେଉଛି । କିନ୍ତୁ ଆପଣ ଜାଣିଛନ୍ତି କି ? ଏହି ସମସ୍ୟା ପାଇଁ ଆମର ଦୈନନ୍ଦିନ ଜୀବନ ଶୈଳୀ ହିଁ କେତେକେ କ୍ଷେତ୍ରରେ ଦାୟୀ । କାରଣ ପ୍ରତ୍ୟେକ ଦିନ ଆମର ଖାଦ୍ୟପାନୀୟର ବଦଭ୍ୟାସ ହିଁ ଏପରି ସମସ୍ୟା ଆଣିଦେଉଛି । ତେଣୁ ଆପଣଙ୍କୁ ଏହି ଚିନ୍ତାରୁ ମୁକ୍ତି ଦେବାକୁ ଆଜି ଆମେ କିଛି ଟିପ୍ସ କହିବୁ, ଯାହାକୁ ଅନୁକରଣ କରି ଆପଣ ବ୍ରଣ ସମସ୍ୟାରୁ ରକ୍ଷା ପାଇପାରିବେ । ୧.ଛୋଟଛୋଟ କଥାରେ ଆମେ ଔଷଧ ଖାଆନ୍ତି। ଆଉ ଏହି ଔଷଧର ବହୁଳ ପ୍ରୟୋଗ ଶୀରରେ କୁପ୍ରଭାବ ପକାଇବା ସହିତ ବ୍ରଣ ସୃଷ୍ଟି କରିଥାଏ। ଏଥିସହିତ ଶରୀରରେ ହାର୍‌ମୋନାଲ୍‌ ସନ୍ତୁଳନ ବିଗିଡ଼ିବା ମଧ୍ୟ ବ୍ରଣ ସମସ୍ୟାର ମୁଖ୍ୟ କାରଣ। ୨. ଅଧିକ ଉତ୍ତେଜିତ ଜାତୀୟ ଖାଦ୍ୟ ଖାଇ ଖାଇଲେ ବ୍ରଣ ସମସ୍ୟା ଦେଖାଦେଇଥାଏ । ଅଧିକ ମସଲା ଯୁକ୍ତ ଖାଦ୍ୟ ଓ ଆମିଷ ଏହି ଖାଦ୍ୟ ସାରଣୀରେ ସାମିଲ୍ । ୩. ଜଙ୍କ ଫୁଡ୍‌ ବା ତେଲରେ ଛଣା ଖାଦ୍ୟ ଅଧିକ ଖାଆନ୍ତୁ ନାହିଁ । ଏହାଦ୍ୱାରା ମଧ୍ୟ ବ୍ରଣ ହେବାର ଆଶଙ୍କା ରହିଥାଏ । ସେହିଭଳି ଯଦି ଆପଣ ସିଗାରେଟ୍‌ ଟାଣୁଛନ୍ତି ତେବେ ଏହା ବନ୍ଦ କରନ୍ତୁ । ଅଥ୍ୟଧିକ ସିଗାରେଟ୍‌ ଟାଣିଲେ ଏହା ଶୀରରେ ଅନ୍ୟ ଅଙ୍ଗକୁ ପ୍ରଭାବିତ କରିବା ସହିତ ମୁହଁରେ ବ୍ରଣ ସୃଷ୍ଟି କରିଥାଏ । ମୁହଁରୁ ବ୍ରଣ ଛଡ଼ାଇବା ପାଇଁ ଘରୋଇ ଉପଚାର ୧ ଗୋଟିଏ ତାଟିଆରେ ଲେମ୍ବୁ ରସ ଓ ମହୁ ନେଇ ଏହାକୁ ଭଲଭାବରେ ମିଶାନ୍ତୁ । ୨. ଏହି ମିଶ୍ରଣ ରସକୁ ବ୍ରଣ ହୋଇଥିବା ସ୍ଥାନରେ ଲଗାଇ ଏହାକୁ ଶୁଖିବା ପାଇଁ ୧୫ ମିନିଟ୍ ଛାଡ଼ିଦିଅନ୍ତୁ । ୩ ଶୁଖିଗଲା ପରେ ଉଷୁମ ପାଣିରେ ଏହାକୁ ଧୋଇ ଦିଅନ୍ତୁ। ଏହିପରି କିଛିଦିନ କରନ୍ତୁ ଦେଖିବେ ମୁହଁରୁ ବ୍ରଣ ଧୀରେ ଧୀରେ କମିଯିବ। ତେବେ ଡାକ୍ତରଙ୍କ ପରାମର୍ଶ ନିହାତି ଆବଶ୍ୟକ ।