ମୁହଁର ସୁନ୍ଦରତା ବଢାଇବା ପାଇଁ ଚାହୁଁଛନ୍ତି କି ତାହାହେଲେ କଳାଜିରା ଫେସପ୍ୟାକ କରନ୍ତୁ
ମୁହଁର ସୁନ୍ଦରତା ବଢାଇବା ପାଇଁ ଚାହୁଁଛନ୍ତି କି ତାହାହେଲେ କଳାଜିରା ଫେସପ୍ୟାକ କରନ୍ତୁ
admin
Jan 23, 2021 - 10:43
Updated: Jan 23, 2021 - 10:43
ବାହାର ଓ କେମିକାଲ୍ ଯୁକ୍ତ ପ୍ରଡକ୍ଟ ଠାରୁ ଦୂରେଇ ଘରୋଇ ଉପାୟରେ ସୌନ୍ଦର୍ଯ୍ୟ ଚର୍ଚ୍ଚା କରିବା ଅତ୍ୟନ୍ତ ଲାଭଦାୟକ । ତ୍ୱଚା ଉପରେ ଏହାର କୌଣସି ଖରାପ୍ ପ୍ରଭାବ ପଡିନଥାଏ । ପ୍ରତିଦିନ ଗାଧୋଇବା ପୂର୍ବରୁ କଳାଜିରାରୁ ପ୍ରସ୍ତୁତ ଫେସ୍ ପ୍ୟାକ୍ ତ୍ୱଚାରେ ଲଗାଇବା ଦ୍ୱାରା, ତ୍ୱଚାରେ ତୋଫାପଣ ଆସିବା ସହିତ, ଅନେକ୍ ତ୍ୱଚା ଜନିତ ସମସ୍ୟାକୁ ଏହା ଦୂର କରିଥାଏ । ତେବେ ଆସନ୍ତୁ ଜାଣିବା କଳାଜିରାରୁ କେମିତି ପ୍ରସ୍ତୁତ ହୋଇପାରିବ ଫେସ୍ ପ୍ୟାକ୍ ।
-ମହୁ, କଳାଜିରା ଗୁଣ୍ଡ, ଆଲମଣ୍ଡ ଅଏଲ୍କୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି , ସେହି ପେଷ୍ଟକୁ ତ୍ୱଚାରେ ଲଗାଇ ,ଶୁଖିବା ଯାଏଁ ଛାଡିଦେବେ । ଏହା ଶୁଖିଯିବା ପରେ ଥଣ୍ଡା ପାଣିରେ ଧେ।ଇବେ । ନିୟମିତ ଏହାକୁ ତ୍ୱଚାରେ ଲଗାଇବା ଦ୍ୱାରା ଏହା ସନ୍-ଟ୍ୟାନ୍ ଦୂର କରିବାରେ ସାହାଯ୍ୟ କରେ ।
-ତ୍ୱଚା ସହିତ କେଶର ଘନତ୍ୱ ବଢାଇବାରେ ମଧ୍ୟ କଳାଜିରାର ଭୂମିକା ବହୁତ୍ ଗୁରୁତ୍ୱପୂର୍ଣ୍ଣ । କଳାଜିରା ପାଉଡର ଓ ଦହି ମିଶାଇ ତାର ଏକ ପ୍ୟାକ୍ ପ୍ରସ୍ତୁତ କରି, କେଶରେ ଲଗାଇବା ଦ୍ୱାରା ଏହା ରୁପି ସମସ୍ୟାରୁ ମୁକ୍ତି ଦେଇଥାଏ ।
-କଳାଜିରାକୁ ଗୁଣ୍ଡ କରି ତାକୁ ଏକ ଏୟାର ଟାଇଟ୍ ଜାରରେ ବନ୍ଦ କରି ଫ୍ରିଜରେ ରଖିବେ । ଯଦି ବାହାରକୁ ଯାଇଥାନ୍ତି , ତେବେ ବାହାରୁ ଆସିବା ପରେ, ଅଳ୍ପ କଳାଜିରା ଗୁଣ୍ଡରେ ଅଳ୍ପ କଂଚା କ୍ଷୀର ମିଶାଇ ତ୍ୱଚାରେ ଲଗାଇ ଶୁଖିବା ଯାଏଁ ଛାଡିଦେବେ । ଏହା ଶୁଖିଯିବା ପରେ ପାଣିରେ ମୁହଁ ଧୋଇବେ । ଏପରି କରିବା ଦ୍ୱାରା ତ୍ୱଚାରେ ଥିବା ଦାଗ ସମସ୍ୟା ଦୂର ହୋଇଥାଏ ।