ଶରୀରରେ ଏହି ତିନୋଟି ଭିଟାମିନର ଅଭାବ ଆପଣଙ୍କୁ ବଧିର କରିବା ପାଇଁ ଯଥେଷ୍ଟ, ଅଧିକ ଜାଣିବା ପାଇଁ ପଢନ୍ତୁ ପୁରା ଖବର

ଶରୀରରେ ଏହି ତିନୋଟି ଭିଟାମିନର ଅଭାବ ଆପଣଙ୍କୁ ବଧିର କରିବା ପାଇଁ ଯଥେଷ୍ଟ, ଅଧିକ ଜାଣିବା ପାଇଁ ପଢନ୍ତୁ ପୁରା ଖବର

ଶରୀରରେ ଏହି ତିନୋଟି ଭିଟାମିନର ଅଭାବ ଆପଣଙ୍କୁ ବଧିର କରିବା ପାଇଁ ଯଥେଷ୍ଟ, ଅଧିକ ଜାଣିବା ପାଇଁ ପଢନ୍ତୁ ପୁରା ଖବର

ଆଜିକାଲି ଲୋକମାନଙ୍କର ଜୀବନ ବଞ୍ଚିବାର ଶୈଳୀରେ ପରିବର୍ତ୍ତନ ଦେଖାଦେଉଛି । କାମର ଚାପ ବଢ଼ିବା ସହ ଖାଇବା ପିଇବାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି । ଯାହାଦ୍ୱାରା ଲୋକମାନଙ୍କ ଶରୀରରୁ ଭିଟାମିନର ପରିମାଣ କମ ହେବାରେ ଲାଗିଛି । ଶରୀରରେ ଭିଟାମିନର ଅଭାବ ହେଲେ ଅନେକ ଶାରୀରିକ ସମସ୍ୟ ଦେଖା ଦେଉଥିବା ବେଳେ ବଧିରପଣ ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ । କିଛି ଲୋକଙ୍କୁ ଏଭଳି ସମସ୍ୟା ଜନ୍ମରୁ ରହିଥିବା ବେଳେ କିଛି ଲୋକଙ୍କୁ ଭିଟାମିନ ଅଭାବ ହେଲେ ଏହି ସମସ୍ୟା ଦେଖା ଦେଇଥାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନଯୁକ୍ତ ଖାଦ୍ୟ ଏବଂ ପୋଷକ ତତ୍ତ୍ୱ ଥିବା ଖାଦ୍ୟ ଖାଇବା ନିତାନ୍ତ ଜରୁରୀ । ଯଦି ଶରୀରରେ ଏହା ଭିତରୁ କେଉଁ ଗୋଟିଏ ବି ଜିନିଷର ଅଭାବ ରହିଯାଏ ତେବେ ଲୋକମାନଙ୍କୁ ଅନେକ ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେହିଭଳି ଭାବରେ ଯଦି ଶରୀରରେ ଭିଟାମିନ ଉ,ଋ ଏବଂଊର ପରିମାଣ କମ ହୋଇଯାଏ ତେବେ ବଧିରପଣ ଭଳି ସମସ୍ୟା ଦେଖା ଯାଇଥାଏ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ନିଜର ପ୍ରତିଦିନର ଖାଦ୍ୟରେ ଭିଟାମିନ ଉ,ଋ ଏବଂ ଊ ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ । ଅନ୍ୟ ପକ୍ଷରେ ଏଭଳି ସମସ୍ୟାରେ ଆପଣ କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ନିଜକୁ ଦୂରେଇ ରଖି ପାରିବେ ।

୧.ସୋରିଷ ତେଲରେ ତୁଳସୀ ପତ୍ର ପକାଇ ଭଲ ଭାବରେ ଗରମ କରନ୍ତୁ । ପରେ ଏହାକୁ ଥଣ୍ଡା କରି କାନରେ ପକାନ୍ତୁ । ଏଭଳି କିଛି ଦିନ କଲେ ଆପଣ ସବୁ କଥା ଠିକ୍ ଭାବରେ ଶୁଣି ପାରିବେ ।

୨.କ୍ଷୀରରେ ହେଙ୍ଗୁ ମିଶାଇ ସେହି ମିଶ୍ରଣକୁ କାନରେ ପକାନ୍ତୁ । ବଧିରପଣ ସମସ୍ୟାରୁ ମୁକ୍ତି ମିଳିବ ।

୩.ସୋରିଷ ତେଲରେ ୭-୮ଟି ରସୁଣ ପକାଇ ରସୁଣ କଳା ହେବା ପର୍ୟ୍ୟନ୍ତ ଭାଜନ୍ତୁ । ପରେ ତାକୁ ଛାଣି ଥଣ୍ଡା କରିବା ସହ କାନରେ ପକାନ୍ତୁ ।