କଥା ଓ ନିଃଶ୍ୱାସ, କରୋନା ସଂକ୍ରମଣର ମୁଖ୍ୟ ମାଧ୍ୟମ: ଚୀନ ଗବେଷକ

କଥା ଓ ନିଃଶ୍ୱାସ, କରୋନା ସଂକ୍ରମଣର ମୁଖ୍ୟ ମାଧ୍ୟମ: ଚୀନ ଗବେଷକ

କଥା ଓ ନିଃଶ୍ୱାସ, କରୋନା ସଂକ୍ରମଣର ମୁଖ୍ୟ ମାଧ୍ୟମ: ଚୀନ ଗବେଷକ
ବେଜିଂ:ଚୀନର ଗବେଷକମାନେ ଦାବି କରିଛନ୍ତି ଯେ କଥା ହେବା ଏବଂ ନିଃଶ୍ୱାସପ୍ରଶ୍ୱାସ ଜରିଆରେ କରୋନା ସଂକ୍ରମଣ ଅଧିକ ହୋଇଥାଏ । ବିଭିନ୍ନ ବସ୍ତୁର ପୃଷ୍ଠକୁ ଛୁଇଁବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା କମ୍ ଥାଏ । ବେଜିଂ ସ୍ଥିତ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନର ଗବେଷକମାନେ ଏଭଳି ରିପୋର୍ଟ ଦେଇଛନ୍ତି । ସେମାନଙ୍କ ଅନୁସାରେ, କରୋନା ସଂକ୍ରମଣ ବ୍ୟକ୍ତି କଥା ହେଲେ କିମ୍ବା ତା’ର ନିଃଶ୍ୱାସରେ ବାହାରୁଥିବା ବାୟୁ ବହୁ ପରିମାଣରେ ଭାଇରସ ବାହାରି ବାୟୁରେ ମିଶିଥାଏ । ବାୟୁରେ ଭୂତାଣୁ ପ୍ରାୟ ତିନି ଘଣ୍ଟା ତିଷ୍ଠି ରହେ । ସେଇ ବାୟୁକୁ ଆଘ୍ରାଣ କଲେ ଭୂତାଣୁ ଅନ୍ୟ ବ୍ୟକ୍ତିଙ୍କ ଦେହକୁ ଚାଲିଯାଇଥାଏ । ଗବେଷକମାନେ ୩୫ ଜଣ କରୋନା ରୋଗୀ ଏବଂ ସେମାନଙ୍କ ନିଃଶ୍ୱାସ ବାୟୁର ୩୦୦ ନମୁନାର ବିଶ୍ଲେଷଣ କରି ଏଭଳି ରିପୋର୍ଟ ଦେଇଛନ୍ତି । ସେମାନେ ଆହୁରି କହଛନ୍ତି ଯେ କରୋନା ସଂକ୍ରମଣ ବ୍ୟକ୍ତିର ନିଃଶ୍ୱାସ ଯେତିକି ଭାଇରସ (୧୬.୭%) ବାହାରେ, ତାହା ତା’ର ନିକଟରେ ଥିବା ବସ୍ତୁର ପୃଷ୍ଠରେ ଥିବା ଭାଇରସର ୫.୪%) ମାତ୍ରା ଠାରୁ ତିନି ଗୁଣ ଅଧିକ । ରୋଗୀ ରହୁଥିବା ହସ୍ପିଟାଲର ବାୟୁରେ ଯେତିକି ଭାଇରସ (୩.୮%) ଥାଆନ୍ତି, ତା ଠାରୁ ତା’ର ନିଃଶ୍ୱାସରେ ଥିବା ଭାଇରସର ମାତ୍ରା ୪ ଗୁଣ ଅଧିକ । ଟଏଲେଟରେ ସବୁଠାରୁ ଅଧିକ ପରିମାଣରେ ୧୬.୭% ଭାଇରସ ରହୁଥିଲା ବେଳେ ଡୋର ଓ ହ୍ୟାଣ୍ଡେଲରେ ୪% ଏବଂ ମେଡିକାଲ ଉପକରଣରରେ ୨.୬% ଭାଇରସ ରହୁଛନ୍ତି । ରୋଗୀଙ୍କ ଦ୍ୱାରା ବ୍ୟବହୃତ ମୋବାଇଲ ଫୋନର ପୃଷ୍ଠ ଭାଗରୁ ନିଆଯାଇଥିବା ୨୨ ଟି ନମୁନାରୁ ମାତ୍ର ୨ଟିରେ ସଂକ୍ରମଣ ସୃଷ୍ଟି କରିବାକୁ ଆବଶ୍ୟକ ମାତ୍ରାର ଭାଇରସ ମିଳିଛି । ତେଣୁ ମୋବାଇଲ ଫୋନ ଜରିଆରେ ବି କରୋନା ସଂକ୍ରମଣ ଖୁବ କମ୍ ବୋଲି ସେମାନେ ପ୍ରକାଶ କରିଛନ୍ତି ।