ବଡ଼ ଖବର: ଓଡ଼ିଶାରେ ଜେ.ଏନ-୧ ଆକ୍ରାନ୍ତ ଚିହ୍ନଟ

ବଡ଼ ଖବର: ଓଡ଼ିଶାରେ ଜେ.ଏନ-୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:  କରୋନାକୁ ନେଇ ଆସିଲା ବଡ଼ ଖବର । ଯାହାକୁ ସମସ୍ତେ ଡରୁ ଥିଲେ  ଏବେ ତାହା ସତରେ ପରିଣତ ହୋଇଛି ।  ଓଡ଼ିଶାରେ ଜେ.ଏନ-୧ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ୨ ଜଣ କରୋନାର ନୂଆ ଭାରିଆଣ୍ଟଜେ.ଏନ-୧ରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨ ଜଣଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ଜଣାଯାଇଛି । ସେ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ଜଣାଯାଇଛି । ଅନ୍ୟଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି । ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଡାକ୍ତର ବିଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ତେବେ ଚଳିତ ବର୍ଷ ରାଜ୍ୟରେ କରୋନା ଜନିତ ମୃତ୍ୟୁ ନେଇ କୌଣସି ଘଟଣା ଏଯାଏଁ ଘଟିନାହିଁ । ଯଦି ଏଭଳି ଅଭିଯୋଗ ଆସେ , ଅଡିଟ୍ ପରେ ତଥ୍ୟ ଦିଆଯିବ ।  କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସୂଚନାଯୋଗ୍ୟ, ୨୪ ଘଣ୍ଟା ମଧ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି।