“ଜନ-ଗଣ-ମନ”ର ରଚୟିତା ରବିନ୍ଦ୍ରନାଥ ଟାଗୋରଙ୍କ ଜୀବନକାହାଣୀ

“ଜନ-ଗଣ-ମନ”ର ରଚୟିତା ରବିନ୍ଦ୍ରନାଥ ଟାଗୋରଙ୍କ ଜୀବନକାହାଣୀ

“ଜନ-ଗଣ-ମନ”ର ରଚୟିତା ରବିନ୍ଦ୍ରନାଥ ଟାଗୋରଙ୍କ ଜୀବନକାହାଣୀ
ଏକ ମହାନ ଋଷି , ନାଟ୍ୟକାର ଏବଂ ପ୍ରାବନ୍ଧିକ ଭାବେ ନିଜ ପରିଚୟ ସୃଷ୍ଟି କରିଥିବା ଯୁଗାନ୍ତକାରୀ ପୁରୁଷ ହେଉଛନ୍ତି ରବିନ୍ଦ୍ରନାଥ ଟାଗୋର । ନଜ ଜୀବନରେ ସେ ଅନେକ ଗୁଡିଏ ରଚନା ଲେଖିଥିଲେ । ରବିନ୍ଦ୍ରନାଥ ଟାଗୋରଙ୍କ ଅନେକ ଗୁଡିଏ ରଚନା ଓ କବିତା ଏବେ ବିଶ୍ୱ ପ୍ରସିଦ୍ଧ ରହିଛି । ଗୋଟିଏ ସମ୍ଭ୍ରାନ୍ତ ବଙ୍ଗାଳୀ ପରିବାରରେ ଜନ୍ମ ହୋଇଥିବା ରବିନ୍ଦ୍ରନାଥ ଟାଗୋର ପିତା ଦେବେନ୍ଦ୍ର ନାଥ ଓ ମାତା ଶାରଦା ଦେବୀ ଙ୍କର ୧୩ତମ ସନ୍ତାନ ଥିଲେ । ଛୋଟବେଳୁ ତାଙ୍କ ମାତାଙ୍କ ଦେହାନ୍ତ ହୋଇଯାଇଥିଲା । ତେଣୁ ସେ ଓ ତାଙ୍କ ଅନ୍ୟ ଭାଈ, ଭଉଣୀମାନେ ବାପାଙ୍କ ଦ୍ୱାରା ଲାଳିତ ପାଳିତ ହେଉଥିଲେ । ରବିନ୍ଦ୍ରନାଥ ଟାଗୋରଙ୍କ ଉପନ୍ୟାସ, କବିତା, ପ୍ରବନ୍ଧ ଆଦି ଲେଖିବାକୁ ଖୁବୁ ଆଗ୍ରହ ଥିଲା । ସେ ବଲ୍ୟକାଳରୁ କବିତା ଲେଖିବା ଆରମ୍ଭ କରିଦେଇଥିଲେ । ରବିନ୍ଦ୍ରନାଥ ଟାଗୋର ସେଣ୍ଟ ଜାଭିୟର ନାମକ ବିଦ୍ୟାଳୟରେ ପ୍ରାରମ୍ଭିକ ଶକ୍ଷା ଲାଭ କରିଥଲେ । ତାଙ୍କ ପିତା ତାଙ୍କୁ ବାରିଷ୍ଟର ପାଠ ପଢାଇବା ପାଇଁ ଚାହୁଁଥିବାରୁ ୧୮୭୮ ମସିହରେ ଲଣ୍ଡନ ଆଇନଶାସ୍ତ୍ର ମହାବିଦ୍ୟାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ କିଛି ଦନ ପରେ ଟାଗୋର ମଝିରେ ପାଠପଢା ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ । ଏହାପରେ ସେ ବଙ୍ଗଳା ଫେରି ଆସିଥିଲେ । ୧୮୮୦ ମସି÷ାରେ ବଙ୍ଗଳା ଆସି ଅନେକ ଗୁଡିଏ କବିତା, କାହାଣୀ ଓ ଉପନ୍ୟାସ ପ୍ରକାଶିତ କରିଥିଲେ । ସେହିସବୁ କବିତା ବଙ୍ଗଳାରେ ପ୍ରସିଦ୍ଧ ହୋଇଗଲା । ରବିନ୍ଦ୍ରନାଥଙ୍କ ଦ୍ୱାରା ରଚିତ ମୂଖ୍ୟ ରଚନାବଳୀ ମଧ୍ୟରୁ କ୍ଷୁଦ୍ରଗଳ୍ପ “କାବୁଲିବାଲା”, “କ୍ଷୁଦିତା ପ୍ରଶ୍ନ” “ଅଟୋତ୍ଜ”ୁ ଓ “ମୁସଲମାନୀର ଗଳ୍ପ” ଖୁବ ପ୍ରସିଦ୍ଧ । ତାଙ୍କ ଉପନ୍ୟାସ ମଧ୍ୟରୁ “ନୌକାଡୁବି”, “ଗୋରା”, “ଚତୁରଙ୍ଗା” ଓ “ଯୋଗା ଯୋଗ” ବିଶ୍ୱରେ ପ୍ରସିଦ୍ଧ ଅଟେ । ଏହା ବ୍ୟତିତ ତାଙ୍କୁ ଗୀତ ଲେଖିବାରେ ଅଧିକ ରୁଚି ଥିଲା । ସେ ନିଜ ଜୀବନ କାଳରେ ୨୨୩୦ଟି ଗୀତ ଲେଖିଥିଲେ । ସେ ଭାରତବର୍ଷରେ ଏବଂ ଏସିଆରେ ପ୍ରଥମ ବ୍ୟକ୍ତି ଥିଲେ, ଯାହାଙ୍କୁ ନୋବେଲ ପୁରଷ୍କାର ଦ୍ୱାରା ସମ୍ମାନିତ କରାଯାଇଥିଲା । ସେହିପରି ୧୯୧୫ ମସିହାରେ ଇଂରେଜମାନଙ୍କ ଦ୍ୱାରା ତାଙ୍କୁ ସାର ଉପାଧି ମଧ୍ୟ ଦିଆଯାଇଥିଲା ।