କରୋନା ନେଇ ଆସିଲା ବଡ଼ ଖବର, ନିଶ୍ଚିତ ଜାଣିରଖନ୍ତୁ

କରୋନା ନେଇ ଆସିଲା ବଡ଼ ଖବର, ନିଶ୍ଚିତ ଜାଣିରଖନ୍ତୁ

ନୂଆଦିଲ୍ଲୀ: ଦୀର୍ଘ ଦିନର ବିରତି ପରେ କରୋନା ମହାମାରୀ ପୁଣି ଥରେ ଦେଶରେ ବ୍ୟାପିବାରେ ଲାଗିଲେ। କେରଳରେ ଆଉ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ନୂଆ ଭ୍ୟାରିଆଣ୍ଟ ଜେଏନ.ବ ନେଇ ଲୋକଙ୍କ ଲାଗି ଚେତାବନୀ ଜାରି କରିଛି। ଏପରିସ୍ଥଳେ ଏକ ଅଧ୍ୟୟନ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଅଧ୍ୟୟନରେ ଏହା ଦାବି କରାଯାଇଛି କରୋନାର ନୂଆ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ଗଳାକୁ ସଂକ୍ରମିତ କରିପାରେ। ଏହା ଦ୍ୱାରା ଆକ୍ରାନ୍ତ ନିଜର କଥା କହିବା ଶକ୍ତି ହରାଇବାର ଆଶଙ୍କା ରହିଛି।

ଅପରପକ୍ଷରେ, ଦେଶରେ କରୋନାର ସବ-ଭାରିଆଣ୍ଟ ଜେଏନ.୧ (ବିଏ.୨.୮୬.୧.୧)ର ୨୨ଟି ମାମଲା ନିଶ୍ଚିତ ହୋଇଛି। ଜେନୋମ ପରୀକ୍ଷଣରୁ ଜଣାପଡିଛି ୯୦ ପ୍ରତିଶତ ମାମଲା କରୋନାର ଏକ୍ସବିବି ଭାରିଆଣ୍ଟ କାରଣରୁ ହୋଇଛି। ଦେଶରେ ଜେଏନ.୧ ମାମଲା କମ ରହିଛି।
ଡବ୍ଲୁଏଚଓ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁଣମ ଖେତରପାଲ ସିଂ କହିଛନ୍ତି କରୋନାଭାଇରସ କ୍ରମାଗତ ଭାବରେ ବିକଶିତ ତଥା ପରିବର୍ତ୍ତିତ ହୋଇ ବିଶ୍ୱର ସମସ୍ତ ଦେଶରେ ବ୍ୟାପୁଛି। ଯଦିଓ ସାମ୍ପ୍ରତିକ ପ୍ରମାଣରୁ ଜଣାପଡିଛି ଜେଏନ.୧ ଜନସ୍ବାସ୍ଥ୍ୟ ପାଇଁ ସାମାନ୍ୟ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ତଥାପି ଏହାର ଭାଇରସର ବିବର୍ତ୍ତନ ଉପରେ ନଜର ରଖି ସେହି ଅନୁଯାୟୀ ଆମର ପ୍ରତିକ୍ରିୟାକୁ ଅନୁକୂଳ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଦେଶଗୁଡିକ ପାଇଁ ତଦାରଖ ଏବଂ ଜେନୋମ କ୍ରମକୁ ମଜବୁତ କରିବା ଏବଂ ତଥ୍ୟ ମଧ୍ୟ ଅଂଶୀଦାର କରିବା ଆବଶ୍ୟକ। ଭାରତରେ କରୋନାଭାଇରସ ରୋଗର କ୍ରମାଗତ ବୃଦ୍ଧି ମଧ୍ୟରେ ଏହି ପରାମର୍ଶ ଜାରି କରାଯାଇଛି।

କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଆକ୍ରାନ୍ତଙ୍କ ଗଳାକୁ କ୍ଷତି ପହଞ୍ଚାଇପାରେ। ଏହାର ପ୍ରଭାବରେ ଆକ୍ରାନ୍ତ କଥା କହିବା ଶକ୍ତି ହରାଇ ପାରନ୍ତି। ଏହା ଏକ ଅନୁସନ୍ଧାନରେ ପ୍ରକାଶ ପାଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ କରୋନା ସଂକ୍ରମଣ ଗଳାକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଏହାକୁ ଭୋକାଲ ପାରାଲିସିସ କୁହାଯାଏ।