ସ୍ମାର୍ଟଫୋନ୍କୁ ପ୍ରଭାବିତ କରୁଥିବା ଆପ୍ଲିକେସନ୍ ବିଷୟରେ ଆସନ୍ତୁ ଜାଣିବା
ସ୍ମାର୍ଟଫୋନ୍କୁ ପ୍ରଭାବିତ କରୁଥିବା ଆପ୍ଲିକେସନ୍ ବିଷୟରେ ଆସନ୍ତୁ ଜାଣିବା
admin
Dec 7, 2019 - 11:08
Updated: Dec 7, 2019 - 11:08
ଏକବିଂଶ ଶତାବ୍ଦୀର ଅନ୍ୟନାମ ହେଉଛି ‘ସ୍ମାର୍ଟଫୋନ ଯୁଗ’ । ଯୁବବର୍ଗ ହୁଅନ୍ତୁ କିମ୍ବା ବୟସ୍କ, ସମସ୍ତେ ସ୍ମାର୍ଟଫୋନର ବ୍ୟବହାରକୁ ଉଚିତ ମଣୁଛନ୍ତି । ଏହି ସ୍ମାର୍ଟଫୋନ୍କୁ ନେଇଈ ଏକ ବିଶ୍ୱ ସ୍ତରୀୟ ଗବେଷଣା କରାଯାଇଥିଲା । ୩୦ ଲକ୍ଷ ଆଣ୍ଡ୍ରଏଡ ମୋବାଇଲ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲା । ଏପରି ଅନେକ ଆପ୍ଲିକେସନ ଆମେ ବ୍ୟବହାର କରିଥାଉ ଯାହା ଆମ ଫୋନର ଗତିକୁ ଖୁବ୍ ଧୀର କରିଥାଏ ।
ଗୁଗୁଲ ମ୍ୟାପ : ଅଧିକାଂଶ ଲୋକେ ଏହି ଆପ୍ଲିକେସନ ବ୍ୟବହାର କରନ୍ତି । ତେବେ ସ୍ମାର୍ଟଫୋନ୍କୁ ସ୍ଲୋ କରିବାରେ ଏହି ଆପ୍ଲିକେସନର ମୁଖ୍ୟ ଭୂମିକା ରହିଥିବାର ବିଶେଷଜ୍ଞଙ୍କ ମତ ।
ହ୍ୟାଙ୍ଗଆଉଟସ ଆପ୍ଲିକେସନରେ ସମସ୍ତେ ପ୍ରାୟତଃ ଚ୍ୟାଟିଂ କରିଥାନ୍ତି । ଏହାର ବ୍ୟବହାର ମଧ୍ୟ ଫୋନକୁ ଧୀର କରାଉଥିବାର ପ୍ରକାଶ ।
ଗୁଗୁଲର ସୋସିଆଲ ନେଟୱାର୍କିଂ ସାଇଟ୍ ଗୁଗୁଲ ପ୍ଲସ ବ୍ୟବହାର କଲେ ଫୋନ ଆବଶ୍ୟକତା ଠାରୁ ଅଧିକ ଧୀର ଗତିରେ କାମ କରେ ।
ଗୁଗୁଲର ପ୍ଲେ ମୁ୍ୟଜିକ, ଗୁଗୁଲ ଟକ ବ୍ୟାକ, ଗୁଗୁଲ ପ୍ଲେ ନୁ୍ୟଜଷ୍ଟାଣ୍ଡ ଚ୍ୟାଟ ଅନ ଭଏସ ଆଣ୍ଡ ଭିଡିଓ ଚ୍ୟାଟ୍ ଇତ୍ୟାଦି ଆପ୍ଲିକେସନ ଡାଉନଲୋଡ଼ ନ କରିବା ହିଁ ଉଚିତ ।