କୋଭିଡକୁ ନେଇ ଆତଙ୍କିତ ହେବାର ନାହିଁ : ସ୍ୱାସ୍ଥ୍ୟ ନିର୍ଦେଶକ

କୋଭିଡକୁ ନେଇ ଆତଙ୍କିତ ହେବାର ନାହିଁ : ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଦୁଇଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି । ହେଲେ ଏହାକୁ ନେଇ ଆତଙ୍କିତ ହେବାର ନାହିଁ । ସେମାନଙ୍କ ଭିତରେ ଲକ୍ଷଣ ବହୁତ କମ୍ ଅଛି । ଦୁହେଁ ଘରେ ଚିକିତ୍ସିତ ହେଉଛନ୍ତି । ଜେନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ସେମାନଙ୍କର କସଟାକ୍ଟ ଟ୍ରେସିଂ ଓ ଯାହା କୋଭିଡ ସମୟରେ କରାଯାଏ, ତାହା ହୋଇଛି । ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ ବୋଲି କହିଛନ୍ତି  ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ସେହିପରି କଂଟାବାଞ୍ଜିରେ ବ୍ୟାପିଥିବା ଡାଇରିଆ ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, କଂଟାବାଞ୍ଜିରେ ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ପାଇଛୁ । ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଟିମ୍ ଘଟଣାସ୍ଥଳକୁ ଯାଇଛି । ସେମାନେ ଆସିଲେ, ଯାହା ରିପୋର୍ଟ ଆସିବ ।