ପ୍ରେସ୍ ମିଟ୍‌ରେ ହାତୀ ଓ ମେଣ୍ଢାର ଗପ ଶୁଣାଇଲେ ବାଗ୍‌ଚୀ ।

ପ୍ରେସ୍ ମିଟ୍‌ରେ ହାତୀ ଓ ମେଣ୍ଢାର ଗପ ଶୁଣାଇଲେ ବାଗ୍‌ଚୀ ।

ପ୍ରେସ୍ ମିଟ୍‌ରେ ହାତୀ ଓ ମେଣ୍ଢାର ଗପ ଶୁଣାଇଲେ ବାଗ୍‌ଚୀ ।
ମଣିଷ ଜିତିବ କରୋନା ହାରିବ । ଭାରତରେ ମାତିଥିବା ମହାମାରୀ କରୋନାର ମୁକାବିଲା କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି । ଏହା ସହିତ ସମସ୍ତ ଦେଶବାସୀ ମଧ୍ୟ ତାଲା ବନ୍ଦ କୁ ପାଳନ କରି ସହଯୋଗ କରୁଛନ୍ତି । ଏନେଇ ସବୁଦିନ ଭଳି ଆଜି ମଧ୍ୟ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କରୋନା ସର୍ମ୍ପକିତ କିଛି ଖବର ନେଇ ପ୍ରେସ୍ ମିଟ୍ ଜରିଆରେ ବହୁ ତଥ୍ୟ ପ୍ରଦାନ କରିଛନ୍ତି । ୬ମାସର ସଂଘର୍ଷରେ ଆମକୁ ସଚେତନ ହୋଇ ରହିବାକୁ ପଡିବ । ଆଉ କରୋନାକୁ ହରେଇବାକୁ ପଡିବ । ସଚେତନ ହେଉନଥିବା ଓ ଅବହେଳାରେ ରହୁଥିବା ରାଜ୍ୟବାସୀଙ୍କୁ ସେ ହାତୀ ମେଣ୍ଢାର ଗପ କହିଛନ୍ତି । ବାଗ୍‌ଚୀ ଅନ୍ୟ ଦେଶର ଉଦାହରଣ ଦେଇ ଏପରି କହିଛନ୍ତି । ଚୀନ, ଇଟାଲୀ ଓ ଜର୍ମାନ ଏତେ ଶକ୍ତିଶାଳ ଦେଶ ହୋଇ ସେମାନଙ୍କ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ଛୁଇଁଲାଣି । ଯଦି ଆମେ ଏବେ ଠୁ ସଚେତନ ନହେବା ତେବେ ଆମ ଦେଶର ଅବସ୍ଥା ମଧ୍ୟସେହିପରି ହେବ । ଏହାକୁ ନଜରରେ ରଖି ବାଗ୍‌ଚୀ ମହୋଦୟ ହାତୀ ଓ ମେଣ୍ଢା କାହାଣୀ ଶୁଣାଇଥିଲେ । ଏବଂ ତାଲଶ ବନ୍ଦ କୁ ସମର୍ଥନ କରିବାକୁ ସାରା ଓଡିଶା ବାସୀଙ୍କୁ ନିବେଦନ କରିଛନ୍ତି ।