ଖୋଲିବ ରାସ୍ତା କଡ଼ ଢାବା

ଖୋଲିବ ରାସ୍ତା କଡ଼ ଢାବା

ଖୋଲିବ ରାସ୍ତା କଡ଼ ଢାବା
ଭୁବନେଶ୍ୱର : ରାସ୍ତା କଡ଼ରେ ଥିବା ଢ଼ାବାଗୁଡ଼ିକ ବନ୍ଦ ହେବନାହିଁ । ତାଲା ବନ୍ଦ ଜାରି ରହିଥିଲେ ବି ଏହା ଖୋଲିବ । ରାଜ୍ୟ ସରକାର ସବୁ ଜିଲ୍ଲାର ଜିଲ୍ଳାପାଳ ଓ ଏସପିମାନଙ୍କୁ ଏହି ନିଦେ୍ର୍ଧଶ ଦେଇଛନ୍ତି । ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ସାରା ଦେଶରେ କରୋନା ପାଇଁ ଲକ ଡାଉନ କରାଯାଇଛି । ତେବେ ଏହି ଲକ ଡାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ହେବାର ଆବଶ୍ୟକତା ରହିଛି । ଯାହାଫଳରେ ଲୋକମାନେ ସାମଗ୍ରୀ ପାଇପାରିବେ । ଏଥିପାଇଁ ଜାତୀୟ ରାଜପଥରେ ମାଲବାହୀ ଗାଡ଼ିଗୁଡ଼ିକ ଚଳାଚଳ କରିବ । ସେମାନଙ୍କ ସୁବିଧା ପାଇଁ ରାସ୍ତା କଡ଼ରେ ଥିବା ଢାବା, ଗାଡ଼ି ମରାମତି ଦୋକାନ ଓ ପାର୍ଟସ ଦୋକାନଗୁଡ଼ିକ ଖୋଲା ରହିବାର ଆବଶ୍ୟକତା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ପ୍ରତି ୨୦ କିଲୋମିଟରରେ ଗୋଟିଏ ଢାବା ଓ ଏହିଭଳି ଦୋକାନ ଖୋଲିବାକୁ ଅନୁମତି ଦେବାକୁ କୁହାଯାଇଛି । ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଳା ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ । ତେବେ ଏହି ଢ଼ାବା ଯେଭଳି ସହର ଠାରୁ ଦୂରରେ ରହିବ ସେଥିପ୍ରତି ଦୃଷ୍ଟି ଦିଆଯିବ । ସେହିପରି ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ନଅଟକାଇବା ପାଇଁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ସେମାନଙ୍କ ଯାତାୟତ ପାଇଁ ପାଶର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।