ରାଜ୍ୟରେ ଚିହ୍ନଟ ହେଲା ୩ୟ କରୋନା ଆକ୍ରାନ୍ତ

ରାଜ୍ୟରେ ଚିହ୍ନଟ ହେଲା ୩ୟ କରୋନା ଆକ୍ରାନ୍ତ

ରାଜ୍ୟରେ ଚିହ୍ନଟ ହେଲା ୩ୟ କରୋନା ଆକ୍ରାନ୍ତ
ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ୨ ଥିବା ବେଳେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ଜଣାଇଛନ୍ତି । ଏହା ସହିତ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତମାନ ସୁଦ୍ଧା ଦେଶରେ ୬୯୦ ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ମିଳିଛି ସୂଚନା । ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ୬୦ ବର୍ଷର ବୃଦ୍ଧ ବୋଲି ସ୍ପଷ୍ଟ ହୋଇଛି । ତେବେ ରାଜ୍ୟର ସମସ୍ତ ଆକ୍ରାନ୍ତ ରାଜଧାନୀର ବୋଲି ସୂଚନା ରହିଛି ।