କରୋନା ନେଲା ୩ ଜୀବନ

କରୋନା ନେଲା ୩ ଜୀବନ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୩ଜଣଙ୍କର ମତ୍ୟୁ ମଧ୍ୟ ହୋଇଛି। ଏହି ତିନୋଟି ମୃତ୍ୟୁ କର୍ଣ୍ଣାଟକରେ ହୋଇଛି।  କରୋନା ଭାଇରସ ସଂକ୍ରମର ପୁଣିଥରେ ଦେଶରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୪୧୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ରୋଗୀ ସୁସ୍ଥ ହୋଇଛନ୍ତି।  ବର୍ତ୍ତମାନ ଦେଶରେ ୪୧୭୦ ସକ୍ରିୟ ମାମଲା ଅଛି।

ଏଥି ସହିତ ମଙ୍ଗଳବାର କେରଳରେ କୌଣସି ନୂଆ ସଂକ୍ରମିତ ଚିହ୍ନଟ ହୋଇନାହିଁ। ଏଠାରେ ୩୨ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଏଠାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୦୯୬କୁ ଖସି ଆସିଛି। ମହାରାଷ୍ଟ୍ରରେ କରୋନାର ୧୬୮ ସକ୍ରିୟ ମାମଲା ଅଛି। ତାମିଲନାଡୁରେ ଏହି ସଂଖ୍ୟା ୧୩୯ ରହିଛି। କର୍ଣ୍ଣାଟକରେ ୪୩୬ ଟି ସକ୍ରିୟ ମାମଲା ରହିଛି। ଅଧିକାଂଶ ସକ୍ରିୟ ମାମଲା କେବଳ କେରଳରେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ ଗତ ୨୪ଘଣ୍ଟା ମଧ୍ୟରେ ଭାରତ କୋଭିଡ -୧୯, ଜେଏନ.୧ ର ନୂଆ ଭାରିଏଣ୍ଟର ମୋଟ ୧୧୬ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।