୨୪ ଘଣ୍ଟାରେ ୪୭ ହଜାର ନୂତନ ଆକ୍ରାନ୍ତ, ୬୭୦ ମୃତ

୨୪ ଘଣ୍ଟାରେ ୪୭ ହଜାର ନୂତନ ଆକ୍ରାନ୍ତ, ୬୭୦ ମୃତ

୨୪ ଘଣ୍ଟାରେ ୪୭ ହଜାର ନୂତନ ଆକ୍ରାନ୍ତ, ୬୭୦ ମୃତ
ନୂଆଦିଲ୍ଲୀ : ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୭ ହଜାର ୬୩୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭୦ ଜଣଙ୍କର ମୃତ୍ୟୁ ଘଟିଛି । ୪୭୬୩୮ ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୧୧ ହଜାର ୨୭୪ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୫୪ ହଜାର ୧୫୭ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୭୭ ଲକ୍ଷ ୬୫ ହଜାର ୯୬୬ରେ ପହଞ୍ଚିଛି । ୬୭୦ ମୃତ୍ୟୁକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ ହଜାର ୯୮୫ରେ ପହଞ୍ଚିଛି । ଆଜିର ସମସ୍ତ ପରିସଂଖ୍ୟାନକୁ ମିଶାଇ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୨୦ ହଜାର ୭୭୩ରେ ପହଞ୍ଚିଛି ।