ଫସି ରହିଥିବା ଓଡ଼ିଆଙ୍କ ପାଇଁ ଖାଦ୍ୟ ଓ ରହଣୀ ବ୍ୟବସ୍ଥା କରିବାକୁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ନବୀନ

ଫସି ରହିଥିବା ଓଡ଼ିଆଙ୍କ ପାଇଁ ଖାଦ୍ୟ ଓ ରହଣୀ ବ୍ୟବସ୍ଥା କରିବାକୁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ନବୀନ

ଫସି ରହିଥିବା ଓଡ଼ିଆଙ୍କ ପାଇଁ  ଖାଦ୍ୟ ଓ ରହଣୀ ବ୍ୟବସ୍ଥା କରିବାକୁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ନବୀନ
ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ଭୁବନେଶ୍ୱର : ଦେଶର ବିଭିନ୍ନ ରାଜ୍ୟରେ ଓଡ଼ିଆମାନେ ଫସି ରହିଛନ୍ତି । ଲକ ଡାଉନ ଥିବାରୁ ସେମାନେ ଓଡ଼ିଶା ଫେରି ପାରୁନାହାନ୍ତି । ଦେଶର ବିଭିନ୍ନ ପ୍ରାନ୍ତରୁ ଏନେଇ ଓଡ଼ିଆମାନେ ସରକାରଙ୍କୁ ନିବେଦନ କରୁଥିବା ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତେବେ ସାମ୍ପ୍ରତିକ ସମୟରେ ସମସ୍ତଙ୍କୁ ଆଣିବା ସମ୍ଭବପର ହେଉନଥିବାରୁ ସେହି ଓଡ଼ିଆମାନଙ୍କ ଖାଇବା, ରହିବା ଓ ସୁରକ୍ଷା ଉପରେ ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । ଦେଶର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ନବୀନ ନିବେଦନ କରିବା ସହ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, କରୋନାର ମୁକାବିଲା ଏବେ ଆମ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିଛି । ସାରା ଦେଶ ଏକାଠି ହୋଇ ଏହାର ମୁକାବିଲା କରୁଛି । ତେବେ ବହୁ ସ୍ଥାନରେ ଓଡ଼ିଆମାନେ ଲକଡାଉନ ପାଇଁ ଆସିନପାରି ରହିଯାଇଛନ୍ତି । ସେଠାରେ ଓଡ଼ିଆମାନଙ୍କର ସୁରକ୍ଷା ସହ ଖାଦ୍ୟ ଓ ରହିବା ବ୍ୟବସ୍ଥା କରିବାକୁ ନବୀନ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି । ଏନେଇ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । ସେହିପରି ଓଡ଼ିଆମାନଙ୍କ ରହିବା ଖାଇବା ପାଇଁ ଯାହା ଖର୍ଚ୍ଚ ହେବ ତାହା ରାଜ୍ୟ ସରକାର ବହନ କରିବେ । ଅପରପକ୍ଷରେ ଅନ୍ୟ ରାଜ୍ୟର ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ମଧ୍ୟ ନବୀନ ଓଡ଼ିଶାର ବିଭିନ୍ନ ଜିଲ୍ଳାର ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ସବୁ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ବହନ କରାଯିବ । ବିଭିନ୍ନ ରାଜ୍ୟ ସହ ସମନ୍ୱୟ ପାଇଁ ନବୀନ ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା ଓ ଆଇଜି ପୁଲିସ ଅପରେସନ ଅମିତାଭ ଠାକୁରଙ୍କୁ ଦାୟିତ୍ୱ ଦେଇଛନ୍ତି ।