ବୃହତ କୋଭିଡ଼ ହସପିଟାଲ କରିବ ଓଡ଼ିଶା, କିମସ ଓ ସମ ସହ ରାଜ୍ୟ ସରକାରଙ୍କ ଚୁକ୍ତି

ବୃହତ କୋଭିଡ଼ ହସପିଟାଲ କରିବ ଓଡ଼ିଶା, କିମସ ଓ ସମ ସହ ରାଜ୍ୟ ସରକାରଙ୍କ ଚୁକ୍ତି

ବୃହତ କୋଭିଡ଼ ହସପିଟାଲ କରିବ ଓଡ଼ିଶା, କିମସ ଓ ସମ ସହ ରାଜ୍ୟ ସରକାରଙ୍କ ଚୁକ୍ତି
ଭୁବନେଶ୍ୱର : କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ୧୦୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ପ୍ରତିଷ୍ଠା ପାଇଁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ବେସରକାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସମ ଓ କିମସ ହସପିଟାଲ ସହ ସରକାର ଚୁକ୍ତି କରିଛନ୍ତି । କୋଭିଡ଼ ପାଇଁ ହେବାକୁ ଥିବା ଦୁଇଟି ହସପିଟାଲ ନିମନ୍ତେ ଓଏମସି ଓ ଏମସିଏଲ ମଧ୍ୟ ଅର୍ଥ ଯୋଗାଇଦେବେ । ଦେଶରେ ବୃହତ କୋଭିଡ଼ ହସପିଟାଲ ପାଇଁ ରାଜ୍ୟ ସରକାର ଅଂଟା ଭିଡ଼ିଛନ୍ତି । ଏଥିପାଇଁ ଦୁଇଟି ତ୍ରିପାକ୍ଷିକ ଚୁକ୍ତି କରାଯାଇଛି । ପ୍ରଥମ ତ୍ରିପାକ୍ଷିକ ଚୁକ୍ତିଟି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଓଏମସିର ପରିଚାଳନା ନିଦେ୍ର୍ଧଶକ ଭିନୀଲ କ୍ରୀଷ୍ଣା ଓ କିମସ କର୍ତୃପକ୍ଷଙ୍କ ମଧ୍ୟରେ ୪୫୦ ଶଯ୍ୟା ବିଶିଷ୍ଟ ହସପିଟାଲ ପାଇଁ କରାଯାଇଛି । ସେହିପରି ଦ୍ୱିତୀୟ ଚୁକ୍ତିଟି ସଚିବ ଶ୍ରୀ ଧଳ, ଏମସିଏଲର ଏସଏସ ପଣ୍ଡା ଓ ସମ କର୍ତୃପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ସମ ହସପିଟାଲ ପକ୍ଷରୁ ୫୦୦ ଶଯ୍ୟା ବିଶିଷ୍ଟ ହସପିଟାଲ କରାଯିବା ସହ ଆଇସିୟୂ ସୁବିଧା ମଧ୍ୟ ରହିବ । ସମସ୍ତଙ୍କୁ ନବୀନ ଧନ୍ୟବାଦ ଦେବା ସହ ପନ୍ଦର ଦିନ ମଧ୍ୟରେ ଏହି ଦୁଇ ହସପିଟାଲ କାର୍ଯ୍ୟକ୍ଷମ ହେବବୋଲି ଲକ୍ଷ୍ୟ ରଖାଯାଇଛି । ଏତଦବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ଏଭଳି ହସପିଟାଲ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଏହି ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ସାଂସଦ ଅଚୁ୍ୟତ ସାମନ୍ତ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।