ଶୀତ ଋତୁରେ କରୋନା ଭୀଷଣ ରୂପ ଧାରଣ କରିପାରେ

ଶୀତ ଋତୁରେ କରୋନା ଭୀଷଣ ରୂପ ଧାରଣ କରିପାରେ

ଭୁବନେଶ୍ୱର: ଜୁନ ମାସ ବିପଦ ଆଣିପାରେ । ମୌସୁମୀ ଆସିବା ପୂର୍ବରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଏମିତି ସତର୍କ କରାଇଥିଲେ । ଜୁଲାଇ ମାସର ପରିସଂଖ୍ୟାନ ସୂଚାଇ ଦେଲାଣି ଯେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାକୁ ଲାଗିଛି । ଏକ ଗବେଷଣା ରିପୋର୍ଟ ଆକଳନ କରୁଛି ଯେ ଏହି ମାସରେ ହିଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଛୁଇଁଯିବା ବିଚିତ୍ର ନୁହେଁ । ମୌସୁମୀ ସକି୍ରୟତା ତଥା ସାମାଜିକ ଦୂରତା ରକ୍ଷା ଆଦି ଶତ ପ୍ରତିଶତ ହେଉନଥିବା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବିଭିନ୍ନ ସମୟରେ କୁହାଯାଇଛି । ହେଲେ ଆଇଆଇଟି ଭୁବନେଶ୍ୱର ଓ ଏମସ ଅଧିକାରୀମାନେ ଗବେଷଣା କରି ସତର୍କ କରାଇଲେଣି ଯେ କେବଳ ମୌସୁମୀ ନହେଁ, ଶୀତ ଋତୁରେ ମଧ୍ୟ କରୋନା ଭୀଷଣ ରୂପ ଧାରଣ କରିବା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ମୌସୁମୀ ଯେତେ ଅଧିକ ସକି୍ରୟ ହେବ ଏବଂ ପାରଦ ଯେତିକି କମିବ, ଅର୍ଥାତ ଶୀତ ବଢ଼ିବ କୋଭିଡ-ଭୂତାଣୁ ସେତିକି ବିସ୍ତାରର କରିବାର ଭୟ ରହିଛି । ଏହି ଗବେଷଣା ପରୋକ୍ଷରେ ସୂଚାଇ ଦେଉଛି ଯେ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ସମ୍ଭବତଃ କରୋନା ଦାଉରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ ।