ଆଉ ୬୭୩ ଆକ୍ରାନ୍ତ ଚିହ୍ନଟ

ଆଉ ୬୭୩ ଆକ୍ରାନ୍ତ ଚିହ୍ନଟ

 ଆଉ ୬୭୩ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୬୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୪୪୬ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୨୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୧୦ରେ ପହଁଚିଥିବାବେଳେ ୧୨୪୫୨ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୫୫୩୩ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ବାଲେଶ୍ୱରରେ ୧୩, ବରଗଡ଼ରେ ୨୨, ଭଦ୍ରକରେ ୫୮, କଟକରେ ୩୨, ଢେଙ୍କାନାଳରେ ୧୦, ଗଜପତିରେ ୧୫, ଗଞ୍ଜାମରେ ୨୩୯, ଜଗତସିଂହପୁରରେ ୩୬. ଯାଜପୁରରେ ୨୮, ଝାରସୁଗୁଡ଼ାରେ ୧୪, କନ୍ଧମାଳରେ ୪୪, କେନ୍ଦ୍ରାପଡ଼ାରେ ୪, ଖୋର୍ଦ୍ଧାରେ ୫୮, କେନ୍ଦୁଝରରେ ୨୪, କୋରାପୁଟରେ ୪୧, ମାଲକାନାଗିରିରେ ୪, ମୟୂରଭଞ୍ଜରେ ୧, ନୟାଗଡ଼ରେ ୪, ପୁରୀରେ ୪, ସମ୍ବଲପୁରରେ ୩, ସୋନପୁରରେ ୪, ସୁନ୍ଦରଗଡ଼ରେ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।