୧୬ ଟି ଜିଲ୍ଲାରୁ ୫୮ ନୂଆ ଆକ୍ରାନ୍ତ ଚିହ୍ନଟ

୧୬ ଟି ଜିଲ୍ଲାରୁ ୫୮ ନୂଆ ଆକ୍ରାନ୍ତ ଚିହ୍ନଟ

୧୬ ଟି ଜିଲ୍ଲାରୁ ୫୮ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର :୨୪ ଘଣ୍ଟା ରାଜ୍ୟରେ ୧୬ ଟି ଜିଲ୍ଲାରୁ ୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୩ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୦୪୨ କୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୦ ଜଣ, ଖୋର୍ଦ୍ଧାରୁ ୭ ଜଣ, ବାଲେଶ୍ବର ଓ ପୁରୀ ଜିଲ୍ଲାରୁ ୬ ଜଣ ଲେଖାଏଁ, ଅନୁଗୁଳ ଓ ଯାଜପୁର ଜିଲ୍ଲାରୁ ୫ଜଣ ଲେଖାଏଁ, ମୟୂରଭଞ୍ଜରୁ ୪ ଜଣ, ନୂଆପଡ଼ାରୁ ୩ ଜଣ, ବଲାଙ୍ଗୀର,ଦେବଗଡ଼ ଓ ମାଲକାନଗିିରି ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ଼,ଭଦ୍ରକ, ଗଞ୍ଜାମ,ଝାରସୁଗୁଡା ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୬ ହଜାର ୦୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୭୯୯ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୩୨ ହଜାର ୯୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।