୨୪ ଘଣ୍ଟାରେ ୫୩ହଜାର ୩୭୦ ନୂତନ ଆକ୍ରାନ୍ତ ଚିହ୍ନଟ, ୬୫୦ ମୃତ

୨୪ ଘଣ୍ଟାରେ ୫୩ହଜାର ୩୭୦ ନୂତନ ଆକ୍ରାନ୍ତ ଚିହ୍ନଟ, ୬୫୦ ମୃତ

୨୪ ଘଣ୍ଟାରେ ୫୩ହଜାର ୩୭୦ ନୂତନ ଆକ୍ରାନ୍ତ ଚିହ୍ନଟ, ୬୫୦ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ୩୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୫୦ଜଣଙ୍କର ମୃତ୍ୟୁବରଣ କରିଛନ୍ତି। ଏହା ଫଳରେ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୮ ଲକ୍ଷ ଟପିଛି । ଏହା ସହିତ ଦେଶର ଆରୋଗ୍ୟ ସଂଖ୍ୟା ୭୦ଲକ୍ଷ ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨ରେ ପହଞ୍ଚିଛି । ଏହା ମଧ୍ୟରୁ ୬ ଲକ୍ଷ ୮୦ ହଜାର ୬୮୦ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬କୁ ବୃଦ୍ଧି ପାଇଛି । ତେବେ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୭୦ ଲକ୍ଷ ୧୬ ହଜାର ୪୬ରେ ପହଞ୍ଚିଛି ।