ଗାଁ ଦାଣ୍ଡରେ ଯୁବକଙ୍କୁ ନୃଶଂସ ହତ୍ୟା

ଗାଁ ଦାଣ୍ଡରେ ଯୁବକଙ୍କୁ ନୃଶଂସ ହତ୍ୟା

ଗାଁ ଦାଣ୍ଡରେ ଯୁବକଙ୍କୁ ନୃଶଂସ ହତ୍ୟା
ବ୍ରହ୍ମପୁର : ଗାଁ ଦାଣ୍ଡରେ ଯୁବକଙ୍କୁ ଛୁରୀ ଭସି ନୃଶଂସ ହତ୍ୟା ଅଭିଯୋଗ ହୋଇଛି । ଦିଗପହଣ୍ଡି ଥାନା ବନ୍ଥାପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବାର ସୂଚନା ରହିଛି । ମୃତକଙ୍କ ନାଁ ବଚନ ସ୍ୱାଇଁ । ସକାଳେ ୨ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି । ଜଣେ ଅନ୍ୟଜଣଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗରହିଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଏମ୍‌କେସିଜିରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ରହିଥିବାବେଳେ ପୋଲିସ୍‌ ମୃତଦେହକୁ ଜବତ କରିଛି । ପୂର୍ବରୁ ଶତ୍ରୁତା ଲାଗି ରହିଥିବାବେଳେ ଆଜି ଏହି ବିବାଦ ହତ୍ୟାକାଣ୍ଡର ରୂପ ନେଇଛି ।