ସରୋଜଙ୍କ ଜାମିନ ଆବେଦନ ଶୁଣାଣି ୫କୁ ଘୁଂଚିଲା
ସରୋଜଙ୍କ ଜାମିନ ଆବେଦନ ଶୁଣାଣି ୫କୁ ଘୁଂଚିଲା
admin
Jul 1, 2019 - 11:30
Updated: Jul 1, 2019 - 11:30
ଭୁବନେଶ୍ୱର:ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନ ମାମଲା । ସ୍ପେଶାଲ କୋର୍ଟ ଜୁଲାଇ ୫ରେ ପୁଣି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ବିଧାୟକଙ୍କ ଚିକିତ୍ସା ନିଷ୍ପତି ଜେଲ କର୍ତୁପକ୍ଷଙ୍କ ଉପରେ ଛଡାଯାଇଛି । ଜେଲ କର୍ତୃପକ୍ଷ ଚାହିଁଲେ ବିଧାୟକଙ୍କୁ ଚିକିତ୍ସା ପାଇଁ ପଠାଇ ପାରିବେ ।
ପ୍ରକାଶ ଯେ, ଜଣେ ଯନ୍ତ୍ରୀଙ୍କୁ ଉଠବସ କରାଇବା ଘଟଣାରେ ଆଜି ବିଧାୟକ ଶ୍ରୀ ମେହେର ଭୁବନେଶ୍ୱରସ୍ଥ ସ୍ପେଶାଲ ଏଡିଜେ କୋର୍ଟରେ ହାଜର ହୋଇଥିଲେ । ଆଜି କୋର୍ଟରେ ତାଙ୍କର ଜାମିନ ଆବେଦନର ଶୁଣାଣି ହେବାର ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ ଓକିଲଙ୍କ ଆନେ୍ଦାଳନ ଯୋଗୁଁ ଗତ ୨୦ ତାରିଖରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାବେଳେ ଆଜି ବିଧାୟକ ଶ୍ରୀ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିବ କି ନାହିଁ ନେଇ ତାକୁ ନେଇ ସନେ୍ଦହ ସୃଷ୍ଟି ହୋଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, , ନବନିର୍ବାଚିତ ବିଜେଡ଼ି ବିଧାୟକ ସରୋଜ ମେହେର ଏକ ରାସ୍ତା ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ନିମ୍ନମାନର କାର୍ଯ୍ୟ ହୋଇଥିବା ସେ ଦେଖିବାକୁ ପାଇଥିଲେ । ଫଳରେ ବିଧାୟକ ଶ୍ରୀ ମେହେର ଖପ୍ପା ହୋଇ କାର୍ଯ୍ୟ ଦାୟିତ୍ୱରେ ଥିବା ସଂପୃକ୍ତ ଇଞ୍ଜିନିୟରଙ୍କୁ ଡକାଇଥିଲେ । ସେ ଇଞ୍ଜିନିୟରଙ୍କୁ ଗାଳି ଦେବା ସହ ବସ ଉଠ କରାଇଥିଲେ । ବସଉଠ ନହେଲେ ଲୋକେ ମାରିବେ ବୋଲି କହିଥିଲେ । ତେବେ ବିଧାୟକଙ୍କ ଏଭଳି ଦବଙ୍ଗଗିରିକୁ ସେଠାରେ ଉପସ୍ଥିତ ଥିବା କେହି ଜଣେ ଭିଡ଼ିଓ କରିଦେଇଥିଲେ ।