ପିଏମ୍ କିଷାନ ତାଲିକା ମାଗିଲା କେନ୍ଦ୍ର
ପିଏମ୍ କିଷାନ ତାଲିକା ମାଗିଲା କେନ୍ଦ୍ର
admin
Jul 8, 2019 - 04:31
Updated: Jul 8, 2019 - 04:31
ଭୁବନେଶ୍ୱର: କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାର ଯେମିତି ତତ୍ପରତା ଦେଖାଉଛନ୍ତି, ଏବେ ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା କ୍ଷେତ୍ରରେ କେନ୍ଦ୍ର ସରକାର ସାମାନ୍ୟ ଆଭିମୁଖ୍ୟ ପୋଷଣ କଲେଣି । ତାଲିକା ଦେବାରେ ରାଜ୍ୟ ସରକାର ବିଳମ୍ବ କରୁଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଟିକିଏ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ସମ୍ମାନ କିଷାନ ନିଧି (ପିଏମ୍ କିଷାନ) ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ଅପଲୋଡ଼ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି । ସରକାର ବିଳମ୍ବ ନ କରିବା ଲାଗି ମଧ୍ୟ କେନ୍ଦ୍ର ତାଗିଦ କରିଥିବା ସୂଚନା ମିଳିଛି । ଏ ସଂକ୍ରାନ୍ତରେ ପିଏମ କିଷାନ ସିଇଓ ବିବେକ ଅଗ୍ରୱାଲ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । କେନ୍ଦ୍ର ରୋକଠୋକ ଜଣାଇଛି ଯଦି ରାଜ୍ୟ ସରକାର ୧୫ ତାରିଖ ସୁଦ୍ଧା ଚାଷୀଙ୍କ ତାଲିକା ପ୍ରଦାନ ନ କରନ୍ତି ତେବେ ସେମାନେ ଓଡ଼ିଶାର ଚାଷୀ ପରବର୍ତ୍ତୀ କିସ୍ତି ଅର୍ଥ ପାଇବାରୁ ବଞ୍ଚିତ ହେବେ । ନିୟମାନୁସାରେ ରାଜ୍ୟ ସରକାର ପୋର୍ଟାଲରେ ଚାଷୀଙ୍କ ତାଲିକା ଅପଲୋଡ଼ କରିବା ପରେ ଚାଷୀମାନଙ୍କୁ କିସ୍ତି ଅର୍ଥ ପ୍ରଦାନ କରାଯିବ ।