ବର୍ଣ୍ଣବୋଧ ପୋଡ଼ିକୁ ନିନ୍ଦା କଲେ ହଳଧର

ବର୍ଣ୍ଣବୋଧ ପୋଡ଼ିକୁ ନିନ୍ଦା କଲେ ହଳଧର

ବରଗଡ଼ : କୋଶଲି ସାହିତ୍ୟ ଡଟ୍ ଇନ୍ ନାମକ ଫେସବୁକ୍ ପେଜରେ ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଅପଲୋଡ଼ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତାଙ୍କ ପାଖରେ ଏକ ପୁରୁଣାକାଳିଆ ମୋବାଇଲ ଅଛି । ସେଥିରେ ଇଣ୍ଟରନେଟ୍ ସୁବିଧା ନାହିଁ । ସେ ଫେସବୁକ୍ କିମ୍ବା କୌଣସି ସୋସିଆଲ ମିଡିଆ ସହ ଅବଗତ ନାହାନ୍ତି । କେଉଁ ଫେସ୍ବୁକ୍ କିମ୍ବା କୌଣସି ସୋସିଆଲ ମିଡିଆ ସହ ଅବଗତ ନାହାନ୍ତି । କେଉଁ ଫେସବୁକ୍ ପେଜରେ ତାଙ୍କ ଫଟୋ ରହିବା କଥା ବି ଆଦୌ ଜାଣି ନାହାନ୍ତି । ସବୁ ଭାଷା ସମାନ । ସବୁ ଭାଷାର ମର୍ଯ୍ୟାଦା ରହିଛି । ଛବିଳ ବର୍ଣ୍ଣବୋଧ ପଢ଼ି ହିଁ ସେ ଭାଷା ଶିଖିଛନ୍ତି । ବର୍ଣ୍ଣବୋଧ ପୋଡ଼ିବା ତ ଅପରାଧ । ତାହାର ଭିଡିଓ ଅପଲୋଡ଼ କରିବା ଆହୁରି ବଡ଼ ଅପରାଧ । ଏନେଇ ସେ ମେଲଛମୁଣ୍ଡା ଥାନାରେ ଏତଲା ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରୀ । ସାହିତ୍ୟ ପରିଷଦର ଉପôନ୍ନ ଭୋଇ, ଧନପତି ମହାପାତ୍ର, ଡ.ସୁବାସ ମେହେର, ମୋହନ ସିଂ କହ୍ନେଇ, ଦୁ୍ୟତୀଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ହଳଧର ନାଗଙ୍କ ଏତଲା ଆଧାରରେ ମେଲଛାମୁଣ୍ଡା ପୁଲିସ ଗାଇସିଲାଟ୍ ବ୍ଲକ ତାଲପଦର ଗାଁର ସାକେତ ଶ୍ରୀଭୂଷଣ ସାହୁଙ୍କୁ ଶୁକ୍ରବାର ଜେରା କରିଥିଲା । ପରେ ତାଙ୍କୁ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି ।