୩ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିଦେ୍ର୍ଧଶ

୩ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିଦେ୍ର୍ଧଶ

ଭୁବନେଶ୍ୱର : ବେଆଇନ ଖଣି ଖନନ ମାମଲାରେ ଜରିମାନା ପୈଠ କରିନଥିବା ୩ ଖଣି ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ କେନ୍ଦୁଝର ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାର ଚୂଡାନ୍ତ ଶୁଣାଣି ଆଜି ଜିଲ୍ଲାପାଳଙ୍କ କୋର୍ଟରେ ହୋଇଥିଲା । ସୂଚନା ଅନୁସାରେ, ଏମଏସ ବିକେ ମହାନ୍ତି, ଏମଏସ ଭଞ୍ଜ, ମିନେରାଲସ ଓ ଏମଏସ ବାସୁଦେବ ଅଗ୍ରୱାଲ ଖଣି କମ୍ପାନୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଜିଲ୍ଲାପାଳ ୱାରେଣ୍ଟି ଜାରି କରିଛନ୍ତି । ଏମଏସ୍ ବିକେ ମହାନ୍ତି ଖଣି କମ୍ପାନୀଙ୍କୁ ୪୧୨ କୋଟି ୫୭ ଲକ୍ଷ ୬୨ ହଜାର ୮୯୩ ଟଙ୍କା ଜରିମାନା କରାଯାଇଥିବା ବେଳେ ଏମଏସ ଭଞ୍ଜ ମିନେରାଲସକୁ ୭୮ କୋଟି ୩୮ ଲକ୍ଷ ୧୮ ହଜାର ୧୬୭ କୋଟି ଟଙ୍କା ଓ ଏମଏସ ବାସୁଦେବ ଅଗ୍ରୱାଲଙ୍କୁ ୮ କୋଟି ୪୮ ଲକ୍ଷ ୪୪ ହଜାର ୬୭୪ ଟଙ୍କା ଜରିମାନା ନିଦେ୍ର୍ଧଶ ଦିଆଯାଇଥିଲା । ଧାର୍ଯ୍ୟ ସମୟରେ ଜରିମାନା ପୈଠ ନ କରିବାରୁ ଜିଲ୍ଲାପାଳ ଆଶିଷ ଠାକ୍ରେ ଏହି ନିଦେ୍ର୍ଧଶ ଦେଇଛନ୍ତି । ସୂଚନାଯୋଗ୍ୟ ସୁପି୍ରମକୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ଜରିମାନା ପୈଠକ କରି ନଥିବା ୩୧ଟି ଖଣିର ୨୩ ଜଣ ଖଣି ଲିଜଧାରୀଙ୍କ ନାମରେ ୬ ହଜାର ୩ ଶହ ୫୦ କୋଟି ଟଙ୍କା ଜରିମାନା ଆଦାୟ ନେଇ ନୋଟିସ୍ ଜାରି ହୋଇଥିଲା । ହେଲେ ଖଣି ଲିଜଧାରୀ ଜରିମାନା ପୈଠ କରିବାରେ ବିଳମ୍ବ କରିବାରୁ ସେମାନଙ୍କ ନାଁରେ ଜିଲ୍ଲାପାଳଙ୍କ କୋର୍ଟରେ ସାର୍ଟିଫିକେଟ୍ କେସ୍ ହୋଇ ଶୁଣାଣି ଚାଲିଛି ।