୫ ଦିନ ଯାଏଁ ବର୍ଷା ନାହିଁ

୫ ଦିନ ଯାଏଁ ବର୍ଷା ନାହିଁ

୫ ଦିନ ଯାଏଁ ବର୍ଷା ନାହିଁ
ଭୁବନେଶ୍ୱର: ଏବେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ । ଫଳରେ ଆସନ୍ତା ୫ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଯେ, ମନସୁନ ଟ୍ରପଲାଇନ ଓଡ଼ିଶା ବଦଳରେ ରାଜସ୍ଥାନରେ ସୃଷ୍ଟି ହୋଇଛି । ମୌସୁମୀ ସେତେ ସକ୍ରିୟ ନଥିବାରୁ ଆସନ୍ତା ୫ ଦିନ ଯାଏଁ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ । ଆସନ୍ତାକାଲି ଓ ତା’ର ପର ଦିନ ଗୋଟିଏ କିମ୍ବା ୨ଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ହୋଇଛି । କିଛି ସ୍ଥାନରେ ଆକାଶ ମେଘୁଆ ରହିବ । ଏପରକିି କାଳବୈଶାଖୀ ଯୋଗୁଁ ସ୍ୱଳ୍ପ ବର୍ଷା ହେବ । ଏବେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ । ବନ୍ୟା ସ୍ଥିତି ବି ହେବନି ବୋଲି ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।