ଗାଡ଼ିରେ ବୁଲୁଛି ଟାୱାର

ଗାଡ଼ିରେ ବୁଲୁଛି ଟାୱାର

ଭୁବନେଶ୍ୱର: ବାତ୍ୟା ପରେ ମୋବାଇଲ ନେଟୱର୍କ କାମ କରୁନି । ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟାଙ୍କ କାର୍ଯ୍ୟ ବି ଏହା ଦ୍ୱାରା ବାଧାପ୍ରାପ୍ତ ହେଉଛି । ତେବେ ଟେଲିକମ କମ୍ପାନୀଗୁଡ଼ିକ ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି । ବିଶେଷ କରି ପୁରୀ, ଭୁବନେଶ୍ୱର ଓ କଟକ ଅଞ୍ଚଳରେ ଟେଲି ଯୋଗାଯୋଗ ଏକ ପ୍ରକାର ଅଚଳ ହୋଇଯାଇଥିବାବେଳେ ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ଏୟାରଟେଲ ଏହାର ଭ୍ରାମ୍ୟମାଣ ନେଟୱର୍କ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି । ଏହାକୁ ଟେଲିକମ ଭାଷାରେ ସେଲ ଅନ ହ୍ୱିଇଲ(ସିଓଡବ୍ଲୁ୍ୟ) କୁହାଯାଉଛି । ଏହାର ଅର୍ଥ ହେଲା ଗାଡ଼ିରେ ଟାୱାର ସ୍ଥାପନ ହେବ ଓ ଏହା ବିଭିନ୍ନ ସ୍ଥାନକୁ ଭ୍ରମଣ କରିପାରିବ । କମ୍ପାନୀ ଏହି ଧାରାରେ କେବଳ ପୁରୀ ଓ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ୧୩ଟି ଭ୍ରାମ୍ୟମାଣ ଟାୱାର ବ୍ୟବସ୍ଥା କରିବ ବୋଲି ସୂଚନା ଦେଇଛି । ତେବେ ମିଳିଥିବା ସୂଚନା ମୁତାବକ କମ୍ପାନୀ ପୁରୀରେ ଏହାର ପ୍ରଥମ ସେଲ ଅନ ହ୍ୱିଇଲ ସେବା ଆରମ୍ଭ କରିସାରିଛି ।