କେନ୍ଦ୍ରର ନିଷ୍ପତ୍ତି ଦୁର୍ଭାଗ୍ୟଜନକ: ସମୀର ଦାଶ

କେନ୍ଦ୍ରର ନିଷ୍ପତ୍ତି ଦୁର୍ଭାଗ୍ୟଜନକ: ସମୀର ଦାଶ

ଭୁବନେଶ୍ୱର: ୧୭ ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାକୁ ସ୍ଥାନ ନମିଳିବା ପ୍ରସଙ୍ଗରେ କେନ୍ଦ୍ରର ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ କହିଛନ୍ତି । କୋଣାର୍କ ସପ୍ତାଶ୍ଚର୍ଯ୍ୟରେ ସ୍ଥାନ ପାଇଛି । ପୁରୀ ମଧ୍ୟ ବିଶ୍ୱବିଖ୍ୟାତ । ଏହା ସତ୍ୱେ ୧୭ ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାକୁ ସ୍ଥାନ ମିଳିଲାନାହିଁ । ଏନେଇ ଜିଲ୍ଲାର ମନ୍ତ୍ରୀ ହିସାବରେ ସେ ପର୍ଯ୍ୟଟନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇବେ ବୋଲି ଶ୍ରୀ ଦାଶ କହିଛନ୍ତି । ଏଥିସହ ଏହାର ପୁନର୍ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି । ଅନ୍ୟପକ୍ଷରେ ଏହାର ତର୍ଜମା ହେବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଓଡ଼ିଶାର ୨ କେନ୍ଦ୍ରମନ୍ତ୍ରୀ ଏ ସମ୍ପର୍କରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ । କେନ୍ଦ୍ର ସରକାର ଏହାର ପୁନର୍ବିଚାର କରିବେ ବୋଲି ଆଶା କରାଯାଉଥିବା ଶ୍ରୀ ହରିଚନ୍ଦନ କହିଛନ୍ତି ।